ମହାମନ୍ତ୍ର ନାମଯଜ୍ଞ

ନିଶ୍ଚିନ୍ତକୋଇଲି :  ପୂର୍ବବର୍ଷ ପରି ଚଳିତ ବର୍ଷ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଅଚୁ୍ୟତାନନ୍ଦଙ୍କ ମହାପୁରୁଷ ନିକଟ ତ୍ରିଶାଖା ନିମ୍ବ ଗାଦି ନିକଟରେ ନବରାତ୍ର ବ୍ୟାପୀ ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେଉଛି । ଗତ ୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ନବରାତ୍ର ମହାଯଜ୍ଞ ଆସନ୍ତା ୧୨ ତାରିଖ ଚନ୍ଦନ ପୂର୍ଣ୍ଣିମାରେ ପୂର୍ଣ୍ଣାହୁତୀ ହେବ । ପ୍ରତ୍ୟେହ ସେବାକାରୀମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଅଖଣ୍ଡ ଧ୍ୱନୀ ପ୍ରଦାନ ସହ ଦିବାରାତ୍ର କଳ୍କୀ ମହାମନ୍ତ୍ର ଜପ ଚାଲୁଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛିା ଏଣୁ ଆଜିର କଳୀର ପ୍ରଭାବରେ ଜର୍ଜରିତ ଯୁବସମାଜ ଓ ମାନବମାନେ ଏହି ମହତ୍କାର୍ଯ୍ୟରେ ପହଞ୍ଚôô ନାମ ସଂକୀର୍ତ୍ତନ କରିବା ସହ ପ୍ରଭୁ କୃପା ଲାଭ କରିବା ପାଇଁ ତ୍ରିଶାଖା ଦାରୁ ସେବକ ତଥା ଅନନ୍ତ ଆଶ୍ରମ ପଦ୍ୱବନ ପୀଠର ବାବା ସନାତନ ଦାସ , ନାମାଚାର୍ଯ୍ୟ ଶ୍ରୀମଦ୍ ରେବତୀ ରମଣ ଦାସଜୀ ମହାରାଜ ନିବେଦନ କରିବା ସହ ଏହି କାର୍ଯ୍ୟକୁ ପରିଚାଳନା କମିଟିର ସଭ୍ୟସଭ୍ୟାମାନେ ସହଯୋଗ କରୁଛନ୍ତି ।