କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା
ରଗଡ଼ି :ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରମାନନ୍ଦପୁରର ୨୦୨୩-୨୪ଶିକ୍ଷା ବର୍ଷରେ ଦୁଇଜଣ ଛାତ୍ର ଓ ତଳଗଡ଼ କ୍ଲଷ୍ଟର ଉପୁଳାଇ ସରକାରୀ ଉପ୍ରା ସ୍କୁଲ ପଂଚମ ଶ୍ରେଣୀ ଛାତ୍ର ସୋମ୍ୟରଞ୍ଜନ ରାଉତରାୟ ଓ ତୃତୀୟ ଶ୍ରେଣୀର ଶୁଭ୍ରଜିତ ରାଉତ ରାୟ ବୃତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସୁଜିତ କୁମାର ରାଉତ ଷଷ୍ଠ ଶ୍ରେଣୀ ପଠାଣି ସାମନ୍ତ ବୃତି ପରୀକ୍ଷାରେ କୋରେଇ ଶିକ୍ଷା ମଣ୍ଡଳରେ ପ୍ରଥମ ସ୍ଥାନ ଅଧିକାର କରି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ଅନ୍ୟତମ ଛାତ୍ର ଶୁଭମ ସେନାପତି ତୃତୀୟ ଶ୍ରେଣୀ ବୃତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସ୍କୁଲ ପକ୍ଷରୁ ଉଭୟ ଛାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ଉତୋରୋତର ଉନ୍ନତି କାମନା କରାଯାଇଛି । ସେହିପରି ଉପୁଳାଇ ସରକାରୀ ଉପ୍ରା ସ୍କୁଲ ପଂଚମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନ ରାଉତ ରାୟ ପଂଚମ ବୃତି ପରୀକ୍ଷା ଓ ଶୁଭ୍ରଜିତ ରାଉତ ରାୟ ତୃତୀୟ ଶ୍ରେଣୀ ବୃତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସ୍କୁଲ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉତୋରୋତର ଉନ୍ନତି କାମନା କରାଯାଇଛି । ଛାତ୍ରଙ୍କ ସଫଳତାରେ ସରପଂଚ ସନ୍ତୋଷ କୁମାର ସ୍ୱାଇଁ ଖୁସି ବ୍ୟକ୍ତି କରି ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।