କାଉନସିଲ ପରିଷଦ ଅନୁଷ୍ଠିତ
ତାଳଚେର : ତାଳଚେର ପୌରପରିଷଦ କାଉନସିଲ ପରିଷଦ ଅନୁଷ୍ଠିତ ହୋଇଯାଇଛି । ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅନୁପସ୍ଥିତିରେ ସାଂସଦଙ୍କ ପ୍ରତିନଧି ଭାବେ ପ୍ରାକ୍ତନ କାଉନସିଲର ଜିତେନ୍ଦ୍ର ଦାସ ତାଳଚେର ପୌରାଚଂଳ ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନା କରିଥିଲେ । ପରିମଳ ବ୍ୟବସ୍ଥା, ରାସ୍ତା, ଡ଼୍ରେନ, ଆଲୋକୀକରଣ, ବସ୍ତିବାସୀନ୍ଦାଙ୍କ ପାଇଁ ସରକାରଙ୍କ ନିୟମ ଅନୁଯାୟୀ ଜାଗା ସହ ଘରର ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଏହାର ସମାଧାନ ଉପରେ ବୈଠକରେ ଆଲୋଚନା କରିଛନ୍ତି । ଢ଼େଙ୍କାନାଳ ସାଂସଦ ପୌରପରିଷଦର ସମସ୍ତ ବିକାଶ ମୂଳକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବାନେଇ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବୈଠକରେ ପ୍ରକାଶ କରିଥିଲେ । ଏହି ବୈଠକରେ ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ ଓ ସମସ୍ତ କାଉନସିଲମାନେ ଉପସ୍ଥିତ ଥିଲେ ।