ପୋଷଣମୁକ୍ତ କରିଥାଏ କାଲିଫର୍ଣ୍ଣିଆ ଆଲମଣ୍ଡ

 ଭୁବନେଶ୍ୱର: ଏକ ସନ୍ତୁଳିତ ଆହାର ଉତମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ଏବଂ ଚଳିତ ବର୍ଷର ପୋଷଣ ମାସର ଥିମ ‘ଖାଦ୍ୟ ଆମ ସମସ୍ତଙ୍କୁ ସଂଯୋଗ କରିଥାଏ’ ସଂଯୋଗ ସ୍ଥାପନ କରିବାରେ ଖାଦ୍ୟର ଭୂମିକାକୁ ପ୍ରଦର୍ଶିତ କରିଛି  । ନିଜର ଦିନକୁ ଆଲମଣ୍ଡ, ଫଳ ଓ ଖାଦ୍ୟଶସ୍ୟ ଭଳି ପୋଷଣରେ ସମୃଦ୍ଧ ଖାଦ୍ୟ ସହ ଆରମ୍ଭ କରିବା ଦ୍ୱାରା ତାହା ଶାରୀରିକ ଶକ୍ତି ଓ ସୁସ୍ଥତା ବୃଦ୍ଧି କରିଥାଏ  । ଜିଙ୍କ, ମ୍ୟାଗ୍ନେସିୟମ, ଆଇରନ ଓ ଭିଟାମିନ ଇ ଭଳି ୧୫ଟି ଜରୁରୀ ପୋଷଣ ତତ୍ୱରେ ସମୃଦ୍ଧ କାଲିଫର୍ଣ୍ଣିଆ ଆଲମଣ୍ଡ ସାମଗ୍ରିକ ସୁସ୍ଥତାରେ ସହଯୋଗ କରିବା ପାଇଁ ଏକ ସରଳ ମାଧ୍ୟମ ଅଟେ  । ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ-ନ୍ୟାଶନାଲ ଇନ୍ଷ୍ଟିଚୁ୍ୟଟ ଅଫ୍ ନୁ୍ୟଟ୍ରିସନ (ଆଇସିଏମଆର-ଏନଆଇଏନ) ମଧ୍ୟ ଭାରତୀୟଙ୍କ ପାଇଁ ଜାରି କରିଥିବା ଆହାର ମାର୍ଗଦର୍ଶିକାରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆଲମଣ୍ଡର ନିୟମିତ ସେବନ ପାଇଁ ପରାମର୍ଶ ଦେଇଛି  । ପ୍ରତିଦିନ ଆଲମଣ୍ଡ ଖାଇବା ଦ୍ୱାରା ତାହା ଓଜନ ପରିଚାଳନା କରିବା, ହୃଦୟ ସ୍ୱାସ୍ଥ୍ୟ ଭଲ ରଖିବା ଓ ରକ୍ତ ସର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ  । ଆଲମଣ୍ଡର ଉପକାରିତା ସମ୍ପର୍କରେ ବଲିଉଡ ଅଭିନେତ୍ରୀ ସୋହା ଅଲୀ ଖାନ କହିଛନ୍ତି  । ମୁଁ କିଛି ହାଲୁକା ଓ ପୋଷଣଯୁକ୍ତ କାଲିଫର୍ଣ୍ଣିଆ ଆଲମଣ୍ଡ ଖାଇବା ସହ ମୋ ସକାଳର ଆରମ୍ଭ କରିଥାଏ ଯାହା ମୋତେ ଅନେକ ସମୟ ପର୍ଯ୍ୟନ୍ତ ଶକ୍ତିସମ୍ପନ୍ନ ଓ ସନ୍ତୁଷ୍ଟ ରଖିଥାଏ  । ଯାତ୍ରା ସମୟରେ ମଧ୍ୟ ମୁଁ କାଲିଫର୍ଣ୍ଣିଆ ଆଲମଣ୍ଡର ଏକ ଛୋଟ ବକ୍ସ ସବୁବେଳେ ମୋ ସହ ରଖିଥାଏ  । ଏହା ଭୋକ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଓ ମୋର ପ୍ରତିଦିନର ପୋଷଣ ଆବଶ୍ୟକତାକୁ ପୂରା କରିଥାଏ  । ଚଳିତ ଜାତୀୟ ପୋଷଣ ମାସରେ ମୁଁ ସମସ୍ତଙ୍କୁ ଆଲମଣ୍ଡ ଭଳି ପୋଷଣଯୁକ୍ତ ଖାଦ୍ୟ ସହ ନିଜର ଦିନ ଆରମ୍ଭ କରିବାକୁ ପ୍ରୋସôାହିତ କରୁଛି  ।