ପାକ୍ସ ସମ୍ପାଦକ ଓ ମିଲର୍ସଙ୍କ ମନମୁଖୀ ନେଇ ଚାଷୀ ଅସନ୍ତୋଷ

 ନୂଆପଡା: ନୂଆପଡ଼ା ଜିଲ୍ଲାର ଧାନ ମଣ୍ଡି ମାନଙ୍କରେ ମିଲର୍ଷ ଓ ପାକ୍ସ୍ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ନୂଆ ଘଟଣା ନୁହେଁ  । ଚାଷୀମାନେ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ୱାର ଅଭିଯୋଗ କରୁଥିଲେ ହେଁ ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ଚାଷୀ ମାନେ ହଇରାଣ ହେଉଛନ୍ତି  । ଏମିତି ଏକ ଅଭିଯୋଗ ଆସିଛି ଖଡ଼ିଆଳ ବ୍ଲକ କେନ୍ଦୁପାଟି ମଣ୍ଡିରୁ  । ମିଲର୍ସ ଓ ପେକ୍ସ ସମ୍ପାଦକଙ୍କ ମନମୁଖୀ କଟନିଛଟନୀ ଯୋଗୁଁ ମଣ୍ଡିରେ ଶହଶହ ବସ୍ତା ଧାନ ପଡି ରହିଥିବା ବେଳେ ଅନେକଙ୍କ ଟୋକନ ଲାପ୍ସ ହୋଇଥିବା ଅଭିଯୋଗ ହୋଇଛି  । ଧାନ ମଣ୍ଡିମାନଙ୍କରେ ଚାଷୀମାନଙ୍କୁ ଧାନର ଉଚିତ୍ ମୂଲ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାର କଡା ନିଦେ୍ର୍ଦଶ ଦେଇଥିବା ବେଳେ ଏହାକୁ ଲାଗୁ କରିବା ପାଇଁ ନୂଆପଡ଼ା ଜିଲ୍ଲାରେ ମଧ୍ୟ ନୂଆପଡ଼ା ଜିଲ୍ଲାପାଳ ମଣ୍ଡି ଦାଇତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କୁ ତାଗିତ କରିଛନ୍ତି  । ହେଲେ ଖଡ଼ିଆଳ ବ୍ଲକ କେନ୍ଦୁପାଟି ମଣ୍ଡିରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି  । ମଣ୍ଡିରେ କୌଣସି ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା କରିନଥିବା ବେଳେ ଖୋଲା ଆକାଶ ତଳେ ପଡି ରହିଛି ଶହଶହ ବସ୍ତା ଧାନ  । କଟନିଛଟନି ସମ୍ପୂର୍ଣ୍ଣ ନିଷେଧ ଥିବା ବେଳେ ଚାଷୀଙ୍କୁ ଡରାଇ ଜୋର୍ ଜବରଦସ୍ତି ପାଞ୍ଚରୁ ଛଅ କେଜି ଧାନ କାଟିବାକୁ ବାଧ୍ୟ କରା ଯାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି  । ଏମିତି କି ଚାଷୀ ଏହାକୁ ବିରୋଧ କଲେ ସ୍ଥାନୀୟ କର୍ମଚାରୀ ନିରୀହ ଚାଷୀଙ୍କୁ ଧମକ ଦେଉଥିବାଚୂଡାମଣି ପୋଡ଼ (ସ୍ଥାନୀୟ ଚାଷୀ)ରାମ ପ୍ରସାଦ ବନଛୋର୍ (ସ୍ଥାନୀୟ ଚାଷୀ) ଅଭିଯୋଗ କରିଛନ୍ତି  । କେନ୍ଦୁପାଟି ମଣ୍ଡିରେ ଉଭୟ ମିଲର୍ସ ଓ ଦାୟିତ୍ୱରେ ଥିବା କର୍ମଚାରୀ ଚାଷୀଙ୍କୁ ଶୋଷଣ କରିବାର ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି  । କେନ୍ଦୁପାଟି ମଣ୍ଡିରୁ ଚଳିତ ବର୍ଷ ଦଶ ହଜାର କ୍ୱିଣ୍ଟାଲ ଧାନ କିଣା ହେବାର ସ୍ଥିରୀକୃତ ହୋଇଥିବା ବେଳେ ବର୍ତ୍ତମାନ ଯାଏ ପାଞ୍ଚ ହଜାର ଶହେ ସତୁରୀ କ୍ୱିଣ୍ଟାଲ ଧାନ ଅତ୍ୟଧିକ କଟନିଛଟନି କରି ଉଠାଇ ନେଇଛନ୍ତି । ବର୍ତ୍ତମାନ ଆହୁରି ହାରାହାରି ପାଞ୍ଚ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି  । ଚାଷୀ ବାରମ୍ୱାର ଅନୁରୋଧ କରୁଥିଲେ ହେଁ କିଏ ଚାଷୀଙ୍କ ସହ ସହମତ ହେଉନାହାଁନ୍ତି । ପାଞ୍ଚ କେଜି କାଟିଲେ ଧାନ ଉଠିବ ବୋଲି କହି ଧାନ ଉଠାଉ ନଥିବା ଚାଷୀ ମାନେ କହିଛନ୍ତି  । ଏହାକୁ ନେଇ ସମୂହ ଚାଷୀ ଖଡ଼ିଆଳ ବ୍ଲକ ଅଧକ୍ଷାଙ୍କୁ ଜଣାଇ ଥିଲେ ହେଁ ଜନ ପ୍ରତିନିଧିମାନଙ୍କ କଥାକୁ ମଧ୍ୟ ଉଭୟ ଭ୍ରୁକ୍ଷେପ କରୁନଥିବା ଦେଖିବାକୁ ମିଳିଛି  । ଶେଷରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପ୍ରଶାସନ ସହ ଯୋଗାଯୋଗ କରି ଚାଷୀଙ୍କୁ ନିଜ ହକ ଓ ଅଧିକାର ଯୋଗାଇଦେବା ପାଇଁ ପ୍ରୟାସ ଜାରି ରଖି ଚାଷୀ ଙ୍କୁ ଆଶ୍ୱାସନା ଦେଇଥିବା ବେଳେ ଆଗାମୀ ଦିନରେ  ବିନା କଟନିଛଟନିରେ ଧାନ ନ ଉଠିଲେ ରାଜ ରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।