ପ୍ରାକ୍ତନ ଅଧକ୍ଷଙ୍କ ଘରୁ ଚୋରି
ସୋର : ସୋର ପୌରପାଳିକା ଅନ୍ତର୍ଗତ କଲେଜ ÿ୍ଛକରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି । ସୂଚନା ଅନୁସାରେ ଗୋପାଳପୁର କଲେଜର ପ୍ରାକ୍ତନ ଅଧକ୍ଷ ବିଜୟ କୁମାର ଦାସ କଲେଜ ଛକରେ ଘର କରି ରୁହନ୍ତି । ଗତକାଲି ରାତିରେ ଦାସ ଏବଂ ତାଙ୍କ ପନôୀ ଖାଇପିଇ ଶୋଇଥିଲେ । ବିଳମ୍ବିତ ରାତିରେ ୩ ଜଣ ଦୁର୍ବୁର୍ତ୍ତ ପାଚେରୀ ଡେଇଁ ଝରକା ଗ୍ରିଲ ଏବଂ କବାଟ ଭାଙ୍ଗି ଘର ମଧ୍ୟରେ ପଶିଥିଲେ । ଘରେ ଥିବା ଦୁଇଟି ଗଡ଼ରେଜକୁ ଭାଙ୍ଗି ସେଥିରେ ଥିବା ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇ ଫେରାର ହୋଇଯାଇଥିଲେ । ଠାକୁର ଘର ଝରକା ଭାଙ୍ଗି ଭିତରେ ପଶିଥିବା ବେଳେ ସେଠାରୁ କିଛି ପାଇନ ଥିଲେ । ଆଜି ସକାଳେ ତାଙ୍କ ଘରେ ଭଡା ରହୁଥିବା ଜଣେ ମହିଳାଙ୍କ ନିକଟରୁ ଏହା ଜାଣିବା ପରେ ଦାସ ସିସିଟିଭି ଯାଞ୍ଚ କରିବା ସହିତ ସୋର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି । ତେବେ ଏ ବାବଦରେ ଦାସ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।