ସଂଘବଦ୍ଧ ଆକ୍ରମଣ : କଟାହେଲା ବାମ ଗୋଡ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ତନାର ଗ୍ରାମର ପୀଡିତ ଗୈାରାଙ୍ଗ ମଳିକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ସେ ଗୁରୁତର ଭାବେ ଆହତ ହୋଇ ଚିକିସôିତ ହେବା ଅବସ୍ଥାରେ ତାଙ୍କର ବାମ ଗୋଡ କଟା ଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ତନାର ଗ୍ରାମର ଗୈାରାଙ୍ଗ ମଳିକ ନିଜ କାମ ସାରି ରାତି ୧୦ଟା ରେ ଘରକୁ ଫେରୁଥିବା ସମୟରେ ସେହି ଗ୍ରାମର ୫ଜଣ ଯୁବକ କୋର ସରସ୍ୱତୀ ଛକ ଠାରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ସଂକଟାପନ୍ନ ଅବସ୍ଥାରେ ପୋଖରୀ କୂଳରେ ଫୋପାଡି ପଳାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ଡାକ୍ତରଖାନାରେ ଚିକିସôା ପାଇଁ ପଠାଇଥିଲେ । ସେଠାରେ ତାଙ୍କର ବାମ ଗୋଡ ଗୁରୁତର ଭାବେ କ୍ଷତିଗସ୍ତ ହୋଇଥିବାରୁ ଡାକ୍ତର ଅସ୍ତ୍ରୋପଚାର କରି ତାଙ୍କର ଗୋଡକୁ କାଟିଛନ୍ତି । ଗୈାରାଙ୍କ ପତ୍ନୀ ଉଷାରାଣୀ ମଲିକ ନିକିରାଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ଥାନା ଅଧିକାରୀ ୧୨୧/୨୫ ରେ ଏକ ମାମଲା ରୁଜୁ କରି ବସିଥିବା ବେଳେ ୫ଜଣ ଅଭିଯୁକ୍ତ ଖୋଲାଖୋଲି ଭାବରେ ବୁଲି ପୀଡିତାଙ୍କୁ ଧମକ ଦେଉଥିବା ନେଇ ବୁଧବାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଦାବି କରାଯାଇଛି ।