ଟପ୍ପରଙ୍କୁ ଏସ୍ବିଡ଼ି କର୍ତ୍ତୃପକ୍ଷଙ୍କ ଶୁଭେଚ୍ଛା
ବ୍ୟାସନଗର : ସିବିଏସି ଦଶମ ପରୀକ୍ଷାରେ ଏସବିଡ଼ି ଇଣ୍ଟରନେସନାଲର ଛାତ୍ରୀ ସାନଭି ପଟ୍ଟନାୟକ ୯୮.୦୮ ପ୍ରତିଶତ ନଂ ରଖି ସ୍କୁଲର ଟପ୍ପର ହୋଇଛନ୍ତି । ବ୍ୟାସନଗର ପୌରାଞ୍ଚଳର ବିଶିଷ୍ଟ ବ୍ୟବସାୟୀ ସୈାଭାଗ୍ୟ ପଟ୍ଟନାୟକ, ଲିପିକା ପଟ୍ଟନାୟକଙ୍କ ବଡ଼ଝିଅ ସାନଭି ସ୍କୁଲ ଟପ୍ପର ହୋଇଥିବାରୁ ଏସବିଡ଼ି ସ୍କୁଲ ଚେୟାରମ୍ୟାନ ଦେବାଶିଷ ଦିକ୍ଷୀତି, ଅଧ୍ୟକ୍ଷ କଳ୍ପତରୁ ସାହୁ ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିବା ବେଳେ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।