ବନ୍ୟାଅଞ୍ଚଳରେ କୁମ୍ଭୀର ଆତଙ୍କ 

 ରାଜନଗର : ବ୍ରାହ୍ମଣୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଅନେକ ଗାଁ ଜଳବନ୍ଦୀ ହୋଇରହିଛି  । ଏବେବି ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତର ଚକିବାଙ୍କ, ଫିରିକିଦାଣ୍ଡି, ଦକ୍ଷିଣଦାଣ୍ଡି, ଗୋବିନ୍ଦପୁର, ସନ୍ଥପଡା, ଟାଙ୍ଗଣତୈ÷ଳା, ବନ୍ଧପଡା, ଓସ୍ତିଆ ପଞ୍ଚାୟତର ନଗଡ, ନଳଦିଆ, କଟକଣା, ବନ୍ଧପାଟଣା, ଓସ୍ତିଆ, ବେଲପାଳ ପଞ୍ଚାୟତ, ରାଜପୁର ପଞ୍ଚାୟତର ରାଜପୁର, ବାଲିଚନ୍ଦ୍ରପୁର, ଚନ୍ଦନପୁର ପ୍ରଭୃତି ଗାଁଗୁଡିକ ଜଳବନ୍ଦୀ ହେବା ଫଳରେ ଲୋକମାନେ ପ୍ରଭାବିତ ହୋଇଛନ୍ତି । ବନ୍ଧପଡା ପଞ୍ଚାୟତ ଗୋବିନ୍ଦପୁର ଗାଁର ଅଙ୍ଗନବାଡି କେନ୍ଦ୍ର ନିକଟରେ ଥିବା ପୋଖରୀରେ ୩ଟି କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ଭୟର ବାତାବରଣ ଖେଳି ଯାଇଛି । ଏକକାଳୀନ ୩ଟି କୁମ୍ଭୀରକୁ ଦେଖି ଭୟଭୀତ ଅବସ୍ଥାରେ ବନବିଭାଗକୁ ଖବର ଦେଇଥିଲେ । ବନ୍ୟାପାଣିରେ ସେମାନେ ଯଦି ଚାଲି ନଯାଆନ୍ତି, ପାଣି କମିଲେ ସେମାନଙ୍କୁ ଧରାଯିବ ବୋଲି ଫରେଷ୍ଟର ବିଜୟକୁମାର ପାତ୍ର କହିଥିବା ଲୋକମାନେ ସୂଚନା ଦେଇଛନ୍ତି ।