ଅସଦାଚରଣ ଅଭିଯୋଗରେ ଯୁବକ କୋର୍ଟଚାଲାଣ

 ବ୍ରହ୍ମବରଦା:  ବୁଧବାର ବ୍ରହ୍ମବରଦା ଥାନା ରୁଦ୍ରପୁର ପଂଚାୟତ ସିଠାଳୋଇ ଗ୍ରାମର ଜନୈକା୨୪ବର୍ଷୀୟାଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସେହି ଗ୍ରାମର ନବୀନ ମଳିକଙ୍କ ପୁଅ ସଦାନନ୍ଦ(୨୭) ହୋଇଥିବା ବେଳେ ଗତ ୧୭ତାରିଖ ସୋମବାର ସନ୍ଧ୍ୟାରେ ଯୁବତୀ ଜଣକ ଘର ନିକଟ ଖଳାରୁ ନିଜ ଚାଷ ଜମିରୁ ଅମଳ ହୋଇଥିବା କୋଳଥ ଥଳିଆରେ ଧରି ସାଇକଲ ଯୋଗେ  ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଟଣାଓଟରା କରିଥିଲା । ସମ୍ପୃକ୍ତା ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ପିନ୍ଧିଥିବା ପୋଷାକକୁ ଚିରିଚାରି କରି ଦେଇଥିଲା । ଏହାଦେଖି ଯୁବତୀ ଜଣଙ୍କ ବଡପାଟି ଚିକôାର କରିବାରୁ ଯୁବତୀଙ୍କ ବଡ଼ଭଉଣୀ ଦୌଡ଼ି ଆସି ସେଠାରେ ପହଁଚି ଯିବାରୁ ସଦାନନ୍ଦ ସେମାନଙ୍କ ଉପରକୁ ସାଇକଲଟିକୁ ଠେଲିଦେଇ ଦୌଡ଼ି ପଳାଇଥିଲା । ଏନେଇ ଯୁବତୀ ଜଣକ ଗତ ସୋମବାର ବ୍ରହ୍ମବରଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ବ୍ରହ୍ମବରଦା ପୁଲିସ ୬୯/୨୫ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲା । ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍ଆଇ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।