ଅଭିପ୍ସା ବିଦ୍ୟାଳୟର ବାର୍ଷିକୋତ୍ସବ
କଟକ: ସ୍ଥାନୀୟ ନେତାଜୀ ନଗର ସ୍ଥିତ ଅଭିପ୍ସା ଇଣ୍ଟରନ୍ୟାସନାଲ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିନିୟର ସିଭିଲ ଜଜ୍ ଅଶିତ କୁମାର ସିଂହ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଚନ୍ଦାନୀ କୁମାରୀ ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡ. ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମୀ, ବିନୟୀ, ସତ୍ୟବାଦୀ ଓ ଚରିତ୍ରବାନ ହେବାକୁ ଅତିଥିମାନେ ଉପଦେଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତା ପତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ସଭାପତି ସୁପ୍ରଭା ସାହୁ, ଅଧ୍ୟକ୍ଷ ଡ. ପଦ୍ମାନଭ ରଥ, ଶରତ ସାହୁ, ଡ ସୌମ୍ୟରଂଜନ ମିଶ୍ର, ଅଭିମନୁ୍ୟ ଦାସ, ଆଦିକାନ୍ତ ରାଉତ, ସଂସାରୀ ସାହୁ, ପ୍ରତିଭା ସାହୁ ଓ ବିପିନ ବିହାରୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଡ. ସୌମ୍ୟରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।