ସଡ଼କ ଦୁର୍ଘଟଣାରେ ମା-ପୁଅଙ୍କ ମୃତୁ୍ୟ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ଯାଜପୁର ଟାଉନ : ସଦର ଥାନା ଅନ୍ତର୍ଗତ କଳସପୁର ଗ୍ରାମରେ ସଡ଼କ ଦୁର୍ଘଟଣା ଘଟି ମା- ପୁଅଙ୍କ ମୃତୁ୍ୟଘଟିଥିବା ବେଳେ ଘଟଣା ସ୍ଥଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଘଟଣାରୁ ପ୍ରକାଶ ଯେ, ଯାଜପୁର ବ୍ଲକ୍ ଅନ୍ତର୍ଗତ କଳସପୁର ଗ୍ରାମର ଅନିତା ଦାସ (୩୮) ଓ ତାଙ୍କର ପୁତ୍ର ଆଲୋକ (୫) ପୂର୍ବାହ୍ନରେ ଘରୁ ବରୁହାଁ ସ୍ଥିତ ଜନସେବା କେନ୍ଦ୍ରକୁ ଚାଲି ଚାଲି ଯାଉଥିବା ବେଳେ ଶ୍ୟାମଦାସପୁର ବରୀ-ବରୁହାଁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଡାହାଣ ପଟେ ମା ଓ ପୁୁଅ ଦୁଇ ଜଣ କିଛି ସମୟ ପାଇଁ ଠିଆ ହୋଇଥିଲେ । ହଠାତ୍ ଓଡି୦୪ଏଫ-୩୭୨୯ ନଂ ମହିନ୍ଦ୍ରା ପିକ୍ଅପ୍ ଗାଡି ଦୃତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଦୁଇ ଜଣ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ମା ଓ ପୁଅକୁ ମୃତୁ୍ୟ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ସଂପୃକ୍ତ ପିକ୍ଅପ୍ ଭ୍ୟାନ୍ଟି ଟାଟା କମ୍ପାନୀର କାମ କରୁଥିବାରୁ ମୃତଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ । ମୃତ ଶରୀର ଆସନ୍ତା କାଲି ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତୁରନ୍ତ ଯଦି କ୍ଷତିପୂରଣ ନମିଳେ ତା ହେଲେ ତାଙ୍କ ମୃତ ଶରୀରକୁ ରାସ୍ତାରେ ରଖି ଆନେ୍ଦାଳନ କରାଯିବ ବୋଲି ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି । ଏ ସଂପର୍କରେ ସଦର ଥାନାରେ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
