ଅଭିଳାଷଙ୍କ ବିରୋଧରେ ଏତଲା
ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଯୋଜକ ବିଶ୍ୱଜିତ ଦାଶଙ୍କ ସହିତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଜି ଭୁବନେଶ୍ୱରର କ୍ୟାପିଟାଲ ପୁାଲିସ ଷ୍ଟେସନରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ଓଡିଶା ଶାଖା ସଭାପତି ଅଭିଳାଶ ପଣ୍ଡାଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ପ୍ରକାଶଥାଉକି ଗତ ଜୁଲାଇ ୨୧ ତାରିଖ ଦିନ ବିଜେପି କାର୍ଯ୍ୟାଳୟ ଠାରେ ଅଭିଳାଶ ତାଙ୍କର ଅନ୍ୟକିଛି ସହକର୍ମୀଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତବର୍ଷର ବିରୋଧ ଦଳ ନେତା ତଥା ପୂର୍ବତନ ଜାତୀୟ କଂଗ୍ରେସ ଦଳର ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତ୍ୟନ୍ତ ଅଶିଳ ମନ୍ତବ୍ୟ ପ୍ରଦାନ କରିବା ସହିତ ରାହୁଲ ଗାନ୍ଧିଙ୍କର ଚରିତ୍ର ସଂହାର କରିଛନ୍ତି । ଏହା ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ଘୋର ଆଘାତ ଦେବା ସହିତ ତାଙ୍କପ୍ରତି ଯେଉଁ ଆପତିଜନକ ମନ୍ତବ୍ୟ ଶ୍ରୀ ପଣ୍ଡା ଦେଇଛନ୍ତି ତାହା ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଧାରା ଅନୁସାରେ ତାଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ନେତୃବର୍ଗ ଥାନାର ବରିଷ୍ଠ ଅଧିକାରୀ ତଥା ଜୋନର ଏସିପିଙ୍କ ଠାରେ ଦାବି କରିଛନ୍ତି । ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତି, ମୋହନ ଜେନା, ଦେବାଶିଷ ମହାପାତ୍ର, ଶ୍ରୀୟା ମହାନ୍ତି, ପ୍ରଶନ୍ନ ନାୟକ, ପ୍ରାଚୀ ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ମଣ୍ଡୁ ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, ସଂକୁନା କହଁର, ଶିଶିର ରାଉତରାୟ, ଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।