ସର୍ପାଘାତରେ ବ୍ୟବସାୟୀଙ୍କ ମୃତୁ୍ୟ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସହରରେ ଚାଟ ବ୍ୟବସାୟ କରି ପରିବାର ଚଳାଉଥିବା ନୀଳକଣ୍ଠପୁର ଗ୍ରାମର ଯୁବବ୍ୟବସାୟୀ ମଧୁସୂଦନ ନନ୍ଦୀ (୩୫)ଙ୍କ ସର୍ପାଘାତରେ ପରଲୋକ ହୋଇଯାଇଛି । ମଧୁସୂଦନ ୧୯ତାରିଖ ରାତିରେ ନିଜ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାରଲୋକ ଓ ଗ୍ରାମବାସୀ ତକôାଳ ଚିକିସôା ପାଇଁ ମଧୁସୂଦନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ ପରେ କେନ୍ଦ୍ରାପଡ଼ା ହସ୍ପିଟାଲ ନେଇଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିସôାଧୀନ ଅବସ୍ଥାରେ ମଧୁସୂଦନଙ୍କ ମୃତୁ୍ୟ ଘଟିଛି ।