ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଧାମନଗର : ଭଦ୍ରକ ଜିଲ୍ଳା ର ଧାମନଗର , ଧୁଶୁରୀ, ସହିଦନଗର, ମଙ୍ଗଳପୁର, ବେତାଳିଗାଁ,କଲ୍ୟାଣୀ,ଖଡିପଦ, ଦୋବଲ ସମେତ ଗ୍ରାମାଞ୍ଚଳରେ ଚୋରା ମଦ ସମେତ ଧଳାଜହର ବା ବ୍ରାଉନସୁଗାର ବେପାର ଯୋରରେ ଚାଲିଛି, ବିଶେଷ କରି ଯୁବପିଢୀ ମାନେ ଏହି ବେପାର କରିବା ସହ ସେବନ କରୁଛନ୍ତି । ତେବେ ଏହି ଚୋରା ବେପାର କରିଥିବା ଜଣେ ଯୁବକକୁ ଧାମନଗର ପୁଲିସ ଧରିବାରେ ସକ୍ଷମ ହୋଇ ପାରିଛନ୍ତି । ଘଟଣାରୁ ପ୍ରକାଶ ଯେ ବୁଧବାର ଭଦ୍ରକ ପୁରୁଣା ବଜାର କାଟନାସାହି ଗ୍ରାମର ସେଇବାଜ ଖାଁ(୧୯) ପିତା କାଲୁଦିନି ଖାଁ (ଓଡ଼ି ୨୨ ଏ ବି ୫୮୨୭) ବୁଲେଟରେ ତାଙ୍କ ସାଙ୍ଗ ସଇଲେ ଅଲ୍ଲୀ (ରାଜା) ୧୨ ଗ୍ରାମର ଧଳାଯହର (ବ୍ରାଉନ ସୁଗାର) । ନେଇ ଧାମନଗର ଆଡକୁ ଆଶୁଥିବା ବେଳେ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ନାରାୟଣ ନାୟକ ଓ ମହେଶ୍ୱର ପ୍ରଧାନ ସମେତ ଅନ୍ୟ ଥାନା କର୍ମଚାରୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଧାମନଗର ଛକ ନିକଟରୁ ଉକ୍ତ ବେପାରୀକୁ କାବୁ କରିଥିବାବେଳେ ଘଟଣାସ୍ଥଳରୁ ଅନ୍ୟ ସାଥୀ ସଇଲେ ଅଲ୍ଲୀ ଫେରାର ହୋଇ ଯାଇଚି । ଧାମନଗର ଅତିରିକ୍ତ ତହସିଲଦାର ସାଇ ସିଲୋନନାଙ୍କ ଉପସ୍ଥିତିରେ ଚୋରା ବ୍ରାଉନ ସୂଗାର ସମେତ ବୁଲେଟ ଓ ଗୋଟେ ମୋବାଇଲ୍‌କୁ ଜବତ କରାଯାଇଥିଲା । ଧାମନଗର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କେଶ ନମ୍ବର ୪୭୧/୨୫ ରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।