ସାଂସଦ ଟିକେଟ ଫେରାଇଲେ ସୁଚରିତା
Sucharita Mohanty, Puri Politics, Odisha Congress
ଭୁବନେଶ୍ୱର : କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥିନୀ ସୁଚରିତା ମହାନ୍ତି ଟିକେଟ ଫେରାଇ ଦେଇଛନ୍ତି । ପାର୍ଟି ଫଣ୍ଡ ମିଳିଲାନି ବୋଲି ସେ ଅଭିମାନରେ ଟିକେଟ ଫେରାଇଥିବା ନେଇ କହିଛନ୍ତି । ଖାଲି ସେତିକିନୁହେଁ, ପୁରୀ ଲୋକସଭା ଆସନର ୭ ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି । ୪ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇବାକୁ ସେ ଦଳକୁ ଅନୁରୋଧ କରିଥିଲେବି ସେନେଇ ପଦକ୍ଷେପ ନିଆଯାଇନାହିଁ । ଆସନ୍ତା ୬ରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବ । ଏଭଳି କ୍ଷେତ୍ରରେ ସୁଚରିତା ଟିକେଟ ଫେରାଇ ଦଳକୁ ଜୋରଦାର ଝଟକା ଦେଇଛନ୍ତି । ଯାହାକି କଂଗ୍ରେସକୁ ଚିନ୍ତାରେ ପକାଇ ଦେଇଛି ।
ପୁରୀରେ ବିଜୁ ଜନତା ଦଳ ପକ୍ଷରୁ ଅରୂପ ପଟ୍ଟନାୟକ ଲଢୁଥିବାବେଳେ ବିଜେପି ସମ୍ବିତ ପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ଦୁଇ ଜଣ ଟାଣୁଆ ନେତା ହୋଇଥିବାବେଳେ ବିଜେଡ଼ି ଓ ବିଜେପି ମଧ୍ୟରେ ହିଁ ଅସଲ ଲଢେ଼ଇ ହେବ । ପୁରୀ, ପିପିଲି, ସତ୍ୟବାଦୀ, ବ୍ରହ୍ମଗିରି, ଚିଲିକା, ରଣପୁର ଓ ନୟାଗଡ଼କୁ ନେଇ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ଗତ ୨୦୧୯ ନିର୍ବାଚନରେ ଦଳ ଏଠାରେ ଅମାନତ ହରାଇଥିଲା । ପିନାକୀ ମିଶ୍ର କଂଗ୍ରେସ ଛାଡ଼ିବା ପରେ ଦଳ ଏଠାରେ ଟକ୍କର ଦେବାରେ ବିଫଳ ହୋଇଆସୁଛି ।