ଚୋରା ମଦ ଜବତ, ୫ କୋର୍ଟ ଚାଲାଣ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହେଉଥିବାର ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ତାଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଟାଉନ, ଆଖପାଖ ଅଞ୍ଚଳ ରାଜକନିକା ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନଳପୋଖରୀ ଗ୍ରାମର ମହିନ୍ଦ୍ର ସ୍ୱାଇଁଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ, ଆୟତନ ଗ୍ରାମର ଯଦୁନାଥ ବିଶ୍ୱାଳଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ସାହାସପୁର ଗ୍ରାମର ଆନୀତ । ମଳିକଙ୍କ ଠାରୁ ୨୧ ଲିଟର ଦେଶୀ ମଦ, କାକାଟ ଗ୍ରାମର ରଘୁନାଥ ନାୟକଙ୍କ ଠାରୁ ୩୫ ଲିଟର ଦେଶୀ ରନ୍ଧା ମଦ ଏବଂ ପଳଶିଙ୍ଘ ଗ୍ରାମର ସଂଜୀବ ବାରିକ ଙ୍କ ଠାରୁ ୨୭  ଲିଟର ବିଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇ ଅଛି  । ଏମାନଙ୍କ ପାଖରୁ ସମୁଦାୟ ୧୧୮ ଲିଟର ଚୋରା ଦେଶୀ, ବିଦେଶୀ ଓ ରନ୍ଧା ମଦ ଜବତ କରାଯାଇ ୧ ମହିଳା ସମେତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ, କେନ୍ଦ୍ରାପଡା କହିଛନ୍ତି  । ଏହି  ଚଢାଉରେ ଅବକାରୀ ନିରିକ୍ଷକ  ହିତାଂଶୁ ଶେଖର ମଲ୍ଲିକ, ପଦ୍ମଲୋଚାନ