ଅଲଟ୍ରାସାଉଣ୍ଡ ରିପୋର୍ଟକୁ କେନ୍ଦ୍ରକରି ଉତ୍ତେଜନା; ମୃତ ଶିଶୁ ନେଇ ଥାନାରେ ଏତଲା
ଯାଜପୁର ଟାଉନ: ଯାଜପୁର ସହରରେ ଥିବା ଏହି ଡାଇଗ୍ନୋଷ୍ଟିକ୍ ସେଂଟର ରିପୋର୍ଟକୁ ନେଇ ସ୍ଥାନୀୟ ଅଂଚଳରେ ଗଣ୍ଡଗୋଳ ଓ ଉତେଜନା ପ୍ରକାଶ ପାଇଛି । ଜନୈକା ପ୍ରସବ ମହିଳାଙ୍କର ମୃତ ଶିଶୁ ଜନ୍ମ ହେବାକୁ ନେଇ ଉଭୟ ଡାଇଗ୍ନୋଷ୍ଟିକ ସେଂଟର ଓ ଡାକ୍ତରଙ୍କ ମଧ୍ୟରେ ପରସ୍ପରକୁ ଦୋଷାରୋପ କରୁଥିବା ଯାଜପୁର ଥାନାରେ ଲିଖିତ ଏତଲା ଦାଏର ହୋଇଛି । ଘଟଣାରୁ ପ୍ରକାଶ, ଦଶରଥପୁର ଥାନା ମେରଦା ଅଂଚଳର ଏସକେ ସୋନୱାଙ୍କ ପତ୍ନୀ ରିଜୱାନା ପରବିନ୍ ଗର୍ଭବତି ଥିବା ବେଳେ ରୟାଲ ମେଡିକେୟାର ନର୍ସିଂହୋମ୍ରେ ଡାକ୍ତର ବିପିନ ବିହାରୀ ପଣ୍ଡାଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ଗତ ୨୭ତାରିଖ ଦିନ ରିଜ୍ୱାନାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ନର୍ସିଂହୋମ୍ରେ ଭର୍ତିର୍ କରାଯାଇଥିଲା । ୨୯ତାରିଖ ଦିନ ଡାକ୍ତର ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେବାପାଇଁ ସେକ୍ ସୋନୱା ତାଙ୍କ ସ୍ତ୍ରୀ କୁ ନେଇ ସନ୍ ଡାଇଗ୍ନୋଷ୍ଟିକ ସେଂଟରରେ ଅଲ୍ଟ୍ରାସାଉଣ୍ଡ କରାଇଥିଲେ । ଅଲ୍ଟ୍ରାସାଉଣ୍ଡ ପରେ ଡାକ୍ତର ରିପୋର୍ଟ ଠିକ୍ ଥିବାର କହିବାରୁ ନର୍ସିଂ ହୋମ୍ରେ ଆଡ୍ମିସନ୍ କରାଇଥିଲେ । ଗତ ୩୦ତାରିଖ ଦିନ ରାତି ପ୍ରାୟ ୧୧.୩୦ ମିନିଟ୍ ସମୟରେ ଅପରେସନ୍ ପରେ ଏକ ମୃତ ସନ୍ତାନ ଜନ୍ମ ହୋଇଥିଲା । ଏସବୁ ଠିକ୍ ଥିବାର କଥା ଡାକ୍ତର ପଣ୍ଡା କହିବା ପରେ କାହିଁକି ଶିଶୁଟି ମୃତ ଭାବେ ଜନ୍ମିତ ହେଲା ସନ୍ ଡାଇଗ୍ନୋଷ୍ଟିକ ସେଂଟର ରିପୋର୍ଟ ଭୁଲ୍ ଥିବା ଏବଂ ପିଲାଟି ମା ପେଟରେ ପାଣି ଅଭାବରୁ ୨୪ ଘଂଟା ଆଗରୁ ମରିସାରିଛି ବୋଲି କହିଥିଲେ । ଏକଥା ଶୁଣିବା ପରେ ରିଜୱାନାର ପରିବାର ସନ୍ ଡାଇଗ୍ନୋଷ୍ଟିକ ସେଂଟର କର୍ତୁପକ୍ଷଙ୍କୁ ପଚାରିବାରୁ ଆମ ରିପୋର୍ଟ ସଂପୂର୍ଣ୍ଣ ଠିକ୍ ଅଛି ଏବଂ ଡାକ୍ତର ବିପିନ୍ ବିହାରୀ ପଣ୍ଡାଙ୍କ ଅବହେଳାରୁ ଶିଶୁଟି ମୃତ ହୋଇ ଜନ୍ମହେଲା ବୋଲି କହିଥିଲେ । ଯାହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରେ ସନ୍ ଡାଇଗ୍ନୋଷ୍ଟିକ ସେଂଟର ବନ୍ଦ କରି କର୍ମଚାରୀ ମାନେ କୁଆଡେ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ପ୍ରସବ ମହିଳା ରିଜ୍ୱାନା ପରବିନ୍ ଓ ପରିବାର ଲୋକମାନେ ଡାଇଗ୍ନୋଷ୍ଟିକ ସେଂଟର ହୋ ହାଲା କରିବା ସହ ଏହାକୁ ବନ୍ଦ କରି ଧାରଣା ଦେଇଥିଲେ । ଉତେଜନା ସମୟରେ ଘଟଣା ସମୟରେ ଯାଜପୁର ପୋଲିସ ଖବର ପାଇ ପହଁଚି ଉତେଜନାକୁ ପ୍ରଶମିତ କରିଥିଲେ । ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି ।