ଠିକାଦାରଙ୍କୁ ମାଡମାରିବା ଘଟଣା; ୩ କୋର୍ଟ ଚାଲାଣ

ଧର୍ମଶାଳା: ଏହି ଥାନା ଜାରକା ବଜାରରେ ଦିନଦ୍ୱିପ୍ରହରରେ ଜଣେ ଠିକଦାରଙ୍କୁ ଗାଡିରୁ ଘୋଷାଡି ମାଡ ମାରିବା ଘଟଣାରେ ପୁଲିସ ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଭବାନୀପୁର ଗ୍ର ।ା ମର ଠିକାଦାର ଅକ୍ଷୟ କୁମାର ନାୟକ ନିଜ ସମ୍ପର୍କୀୟଙ୍କ ସୁଧିକାମ ପାଇଁ ଜାରକା ମେନ ମାର୍କେଟସ୍ଥ ଏକ ଲୁଗାଦୋକାନରୁ ଲୁଗା କିଣିବାକୁ ଯାଇଥିଲେ । ଲୁଗାକିଣି ସାରି ସେ ତାଙ୍କର ଥର ଗାଡିରେ ବସୁଥିବା ବେଳେ ୩ ଜଣ ଦୃର୍ବୃତ ତାଙ୍କୁ ଗାଡିରୁ ଘୋଷାରି ମାଡ ମାରିଥିଲେ । ଠିକାଦାର ଜଣକ କୌଶଳ କ୍ରମେ ଦୁର୍ବୁତଙ୍କ କବଳରୁ ଖସିଯାଇ ଧର୍ମଶାଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ୫୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଦୁର୍ବୃତଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଥିଲା । ମାଡ ଘଟଣାର ମାତ୍ର କିଛିଘଂଟା ପରେ ସୋସିଆଲ ମିଡିଆରେ ମାଡମାରିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପୁଲିସ ଏହି ଘଟଣକୁ ଅତି ଗୁରୁତର ସହିତ ତଦନ୍ତ କରି ଗତକାଲି ରାତିରେ ଚଢାଉ କରି ବାଲିଚନ୍ଦ୍ରପୁର ଥାନା ରମାପୁର ଗ୍ରାମର ସରଣ କୁମାର ସାମଲଙ୍କ ପୁଅ ସୁନିଲ କୁମାର ସାମଲ (୩୫), ଧର୍ମଶାଳା ଥାନା ଜାମିବଣିଆ ଗ୍ରାମର ଦାମ ଗେଡିଙ୍କ ପୁଅ ପ୍ରଶାନ୍ତ ଗେଡି (୧୯) ଓ ଏହି ଥାନା ଭବନିପୁର ଗ୍ରାମର ସୁରେଶ ସାମଲଙ୍କ ପୁଅ ରୋହିତ ରଞ୍ଜନ ସାମଲ(୨୦)ଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ତେବେ ଆଜି ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି ।