ଅଲଭ୍ୟ ମଧୁ ବାରେଣୀ ସ୍ନାନର ସମୟ ନିର୍ଘଣ୍ଟ
ବାଲିଚନ୍ଦ୍ରପୁର: ମାଳିକା ତଥ୍ୟ ତଥା ବହୁ ପୁରାଣ ବର୍ଣ୍ଣିତ ଅଲଭ୍ୟ ମଧୁ ବାରେଣୀ ସ୍ନାନ ଆଗାମୀ ମଧୁ ଶୁକ୍ଳ ଷଷ୍ଠୀ ଅବସରରେ ସ୍ଥାନୀୟ ଖଡଗପୁର ରଇପୁର ବିରୂପା ଗେଙ୍ଗୁଟି କେଲୁଅ ନଦୀର ସଂଗମ ସ୍ଥଳରେ ଅନୁଷ୍ଠିତ ହେବ । ଚୁମ୍ବକ ମାଳିକା, ଚକଡା ମଡାଣ, ବରାହ କଲ୍ପ, ଶିବକକଲ୍ପ, କଳିକଲ୍ପରେ ବର୍ଣ୍ଣତ ତଥ୍ୟ ଆଧାରରେ ଦେକୁରୀ ହରିହାଟ ପଡିଆ ବ୍ରହ୍ମ ଅବଧୂତ ଆଶ୍ରମର ମଠାଧିଶ ହରିହର ଦାସଙ୍କ ଆବାହକତ୍ୱରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ଆଗାମୀ ଅପ୍ରେଲ୍ ୩ତାରିଖରେ ଅଲଭ୍ୟ ବାରେଣୀ ସ୍ନାନର ଆୟୋଜନ କରାଯାଇଛି ।
ଦୀର୍ଘ ପାଞ୍ଚ ଶହ ବର୍ଷର ବ୍ୟବଧାନ ପରେ ମୀନ ରାଶିକୁ ଶନି ଚୈତ୍ର ଷଷ୍ଠୀ ଅବସରରେ ଆଗମନ କରୁଛନ୍ତି । ଏହି ଯୋଗ ସହ ମାଳିକା ଅନୁସାରେ ତ୍ରୀଗିରି ଯଥା ଉଦୟଗିରି, ରନôଗିରି, କୋଲଣଗିରିର ମଧ୍ୟ ସ୍ଥଳ ବିରୁପା ଗେଙ୍ଗୁଟି ଓ କେଲୁଅ ନଦୀ ସଙ୍ଗମ ଘଟିଥିବାରୁ ଏହି ମଧୁ ବାରେଣୀ ସ୍ନାନ ପାଇଁ ଏହି ପ୍ରକୃଷ୍ଟ ସ୍ଥାନ ବୋଲି ମଠାଧିଶ ହରିହର ଦାସ କହିଛନ୍ତି । ବାରେଣୀ ସ୍ନାନ ପରିପ୍ରେକ୍ଷୀରେ ଏକ ଯଜ୍ଞ କାର୍ଯ୍ୟକ୍ରମ ମଧ୍ୟ ଅୟୋଜନ କରାଯାଇଛି । ଏତଦଭିନ୍ନ ବହୁ ସାଧୁସନ୍ଥ ମଧ୍ୟ ଏହି ଆୟୋଜନକୁ ପୁରାଣ ବର୍ଣ୍ଣିତ ବୋଲି ଆଖ୍ୟା ପ୍ରଦାନ କରିବା ସହ ସମ୍ମତି ପ୍ରଦାନ କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନର ବହୁ ପଦାଧିକାରୀ ସ୍ଥାନ ପରିଦର୍ଶନ କରି ଆଇନ ଶୃଙ୍ଖଳା ବ୍ୟବସ୍ତା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଥିବା କଥା ଅୟୋଜକ ମଣ୍ଡଳୀର ସଦସ୍ୟ ସଂଜୟ କୁମାର ଖୁଣ୍ଟିଆ କହିଛନ୍ତି ।