ଡ. ରାଜେଶଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର : କୋରେଇ ବ୍ଲକ ଶଙ୍ଖଚିଲା ଗୋଡ଼ିପାଟଣା ଗ୍ରାମର ଯୁବ ବୈଜ୍ଞାନିକ ତଥା ଏନଆଇଟି ରାଉରକେଲାର ଆସିଷ୍ଟାଣ୍ଡ ପ୍ରଫେସର ଡ଼ଃ ରାଜେଶ୍ କୁମାର ପୃଷ୍ଟିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିିତ କରିଥିଲେ । ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ୱାରା ଆୟୋଜିତ ଓଡ଼ିଶା ଲୋକସେବା ହଲ୍ ଠାରେ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ମାଧ୍ୟମରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟର ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷାର ବିସ୍ତାର ଓ ପ୍ରୋତ୍ସାହନ ନିମନ୍ତେ ପ୍ଲାନୋଟାରିୟମ ସହ ବିଜ୍ଞାନ କେନ୍ଦ୍ରଗୁଡିକ ମଧ୍ୟରେ ଏକ ନେଟୱାର୍କ ପ୍ରତିଷ୍ଠା କରି ସମନ୍ୱୟ ଭିତିକ ଗବେଷଣାତ୍ମକ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ବିକାଶକରି ଜାତୀୟ ଆନ୍ତର୍ଜାତିୟ ସ୍ତରରେ ତାଳଦେଇ କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା, ପରିବେଶ ଆଦିକୁ ନେଇ ଦେଶର ପ୍ରଗତିଶୀଳ ରାଜ୍ୟ ଭାବେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ଏହାର ମୂଳଲକ୍ଷ୍ୟ । ପ୍ରକୃତରେ କହିବାକୁ ଗଲେ ଶ୍ରୀ ପୃଷ୍ଟି ଜଣେ ମୂଳରୁ ବ୍ରିଲିଆଂଟ, ପିଏଚଡ଼ି ଆୱାର୍ଡର୍ ଗୋଲ୍ଡ ମେଡାଲିଷ୍ଟ୍ ଭାବରେ ବହୁ ପୁରସ୍କାରରେ ସମ୍ମାନୀତ ହୋଇଥିବା ସ୍ଥଳେ ସେ ମଧ୍ୟ ଭଲ ଆର୍ଟିକିଲିଷ୍ଟ ଏବଂ ବହୁବାର ରିସର୍ଚ୍ଚ ପାଇଁ ବିଦେଶ ଯାଇ ଫେରିଛନ୍ତି । ସେ ବର୍ତ୍ତମାନ ରାଉରକେଲା ନିଟ୍ରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ ମେଟାଲର୍ଜିକାଲ୍ଓ ମେଟେରିଆଲ୍ସ ବିଭାଗରେ କାର୍ଯ୍ୟରତ ଅଛନ୍ତି । ଯୌଥ ପରିବାର ଭାବେ ଜେଜେ ବାପା ସ୍ୱର୍ଗତ ଭାଗିରଥି ପୃଷ୍ଟିଙ୍କର ପରିବାରର ଅଞ୍ଚଳରେ ସୁନାମ ଥିଲା ବେଳେ ତାଙ୍କର ବଡ ବାପା ଗୋପାଳ ଚରଣ ପୃଷ୍ଟି ଅବସରପ୍ରାପ୍ତ ଆଇପିଓ, ଅବସରପ୍ରାପ୍ତ ପ୍ରଫେସର୍ ମଥୁରେନ୍ଦ୍ର ପୃଷ୍ଟିଙ୍କର ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ନାଁ ଅଛି । ରବୀନ୍ଦ୍ର କୁମାର ପୃଷ୍ଟି ଅବସରପ୍ରାପ୍ତ ଏଗ୍ରିକଲଚର ଏଏଲ୍ଓ, ଉପେନ୍ଦ୍ର କୁମାର ପୃଷ୍ଟି ଏବଂ ପିତା ଅବସରପ୍ରାପ୍ତ ଜେଲର ସୁରେନ୍ଦ୍ର କୁମାର ପୃଷ୍ଟି ଓ ମାତା ପ୍ରଭାତୀଙ୍କ ପୁଅ ଅଟନ୍ତି । ସମ୍ବର୍ଦ୍ଧନା ଖବର ଶୁଣି ଅଞ୍ଚଳବାସୀ ଗ୍ରାମବାସୀ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ।