ଆର୍ଥିକ ଅନୁଶାସନ ଓ ଜନକଲ୍ୟାଣ

ଗାପାଳ ମହାପାତ୍ର : ଭାରତ ଭଳି ବିଶାଳ ଏବଂ ବିବିଧତା ଭରା ଦେଶର ସାମାଜିକ ଏବଂ ଆର୍ଥିକ ଅସମାନତା ଏକ ସାଧାରଣ କଥା । ଦେଶରେ ଆର୍ଥିକ ବିକାଶ ଏବଂ ସାମାଜିକ କଲ୍ୟାଣ ମଧ୍ୟରେ ସନ୍ତୁଳନ ରକ୍ଷାକରିବା ସବୁବେଳେ କଷ୍ଟକର ହୋଇ ପଡୁଛି । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଦ୍ୱାରା ଲାଗୁ କରାଯାଉଥିବା ମାଗଣା ଯୋଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ କରାଯାଉଥିବା ମାଗଣା ଯୋଜନାର ଉଦେଶ୍ୟ ହେଉଛି ସମାଜର ଦୁର୍ବଳ ଶ୍ରେଣୀର ଏବଂ ବଞ୍ଚôତ ବର୍ଗଙ୍କୁ ସହାୟତା ପ୍ରଦାନ କରିବା । କିନ୍ତୁ ଏହାର ଦୀର୍ଘକାଳ ପ୍ରଭାବ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପଡିପାରେ । ଏକ ସନ୍ତୁଳିତ ଦୃଷ୍ଟିକୋଣରେ ଏସବୁ ଯୋଜନର ମହତ୍ୱ ଏବଂ ଏହାର ଆର୍ଥିକ ପ୍ରବନ୍ଧନ ଉପରେ ବିଚାର କରିବା ଆବଶ୍ୟକ । ସଠିକ୍ ରଣନୀତି ସହ ଏହି  ଯୋଜନା ସବୁକୁ କେବଳ ଯେ ସାମାଜିକ ସୁରକ୍ଷାର ଆଧାରରେ ପରିଣତ କରାଯାଇ ପାରିବ ତା ନୁହେଁ ବରଂ ଆର୍ଥିକ ବିକାଶର ସାଧନରେ ପରିଣତ କରାଯାଇ ପାରିବ । ମାଗଣା ଯୋଜନା ସମାଜର ବଞ୍ଚôତ ଏବଂ ଦୁର୍ବଳ ବର୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନରେଖା ସାବ୍ୟସ୍ତ ହୋଇଥାଏ । ଆର୍ଥିକ ସ୍ତରରେ ଦୁର୍ବଳ ଏବଂ ଯେଉଁ ମାନଙ୍କୁ ବୁନିଆଦି ସୁବିଧା ମିଳୁନାହିଁ ସେମାନେ ଏହି ଯୋଜନା ପାଇଁ ଉପକୃତ ହୋଇ ପାରୁଛନ୍ତି । ଏହାର ଏକ ଉଦାହରଣ ହେଉଛି କୋରନା ମହାମାରୀ ସମୟରେ ମାଗଣା ରାସନ (ଚାଉଳ –ଗହମ) ବିତରଣ ଯୋଜନା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟାଭାବର କଷ୍ଟରୁ ମୁକ୍ତି ମିଳିଥିଲା । ସେହିପରି ଆୟୁଷ୍ମାନ ଯୋଜନା ଗରିବ ପରିବାରଙ୍କ ବ୍ୟୟବହୁଳ ଚିକିସôାର ସୁଯୋଗ ସୃଷ୍ଟି କରିଛି । ଏହି ଯୋଜନା ସବୁ ଦୁର୍ବଳ ଓ ବଞ୍ଚôତ ବର୍ଗଙ୍କୁ ସହାୟତା କରିବା ସହ ସମାଜରେ ଅସମାନତାକୁ କମ୍ କରିବାରେ ସହାୟକ ହୋଇ ପାରିଛି ।
ମାଗଣା ଶିକ୍ଷା ଯୋଜନା ଏବଂ ଛାତ୍ରବୃତ୍ତି ଛାତ୍ରମାନଙ୍କୁ ଶିକ୍ଷା ମାଧ୍ୟମରେ ଆତ୍ମନିର୍ଭର ହେବାର ଅବସର ଦେଇଛି । ଏହି ଯୋଜନା ସମାଜକୁ ଶସକ୍ତ କରିବା ସହ ଦୀର୍ଘକାଳୀନ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିଥାଏ । ଏସବୁ ପରେ ମଧ୍ୟ ଯୋଜନା ଗୁଡିକର ଆର୍ଥିକ ଦିଗକୁ ଅଣଦେଖା କରାଯାଇ ପାରିବ ନାହିଁ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମାଗଣା ଯୋଜନା ଗୁଡିକ ଯଦି ଦୀର୍ଘକାଳୀନ ଦୃଷ୍ଟିକୋଣରେ ଲାଗୁ କରାଯିବ ତେବେ ଏହା ରାଜ୍ୟର ଆର୍ଥିକ ସନ୍ତୁଳନକୁ ବିଗାଡିଦେବ । ମାଗଣା ବିଦୁ୍ୟତ୍, ମାଗଣା ପରିବହନ, ନଗଦ ଆର୍ଥିକ ସହାୟତା ଏବଂ କୃଷି ଋଣ ଛାଡ ଭଳି ଯୋଜନା ଅତ୍ୟଧିକ ବ୍ୟୟ କାରଣରୁ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡିବ । ପରିଣାମ ସ୍ୱରୂପ ରାଜ୍ୟର ବିକାଶ କାର୍ଯ୍ୟ ଓ ବୁନିଆଦି ଢ଼ାଞ୍ଚାର ନିର୍ମାଣ ପାଇଁ ରାଜ୍ୟ  ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସଂସାଧନର ଅଭାବ ପଡିବ । ଏତଦ୍ ବ୍ୟତୀତ ଅଧିକ ଋଣ ଆଣିଲେ ରାଜ୍ୟରେ ଆର୍ଥିକ ସଙ୍କଟର ସମ୍ଭାବନା ଦେଖାଯିବ ଯାହା ରାଜ୍ୟର ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରିବ । ଏଣୁ ମାଗଣା ଯୋଜନାକୁ ପ୍ରଭାବୀ କରିବା ପାଇଁ ଏକଥା ଦେଖିବାକୁ ପଡିବ ଯେ ଯେମିତି ପ୍ରକୃତ ବଞ୍ଚôତ ଓ  ଦୁର୍ବଳ ବର୍ଗଙ୍କ ନିକଟରେ ଏହି  ଯୋଜନା ପହଞ୍ଚôବ । ଡିଜିଟାଲିକରଣ ଏବଂ ଆଧାର-ଆଧାରିତ ତନ୍ତ୍ର ଉପଯୋଗ ଲାଭାର୍ଥୀଙ୍କୁ ଚିହ୍ନଟ କରାଯାଇ ପାରିବ । ଯୋଜନାର ଦୁରୁପଯୋଗ କେମିତି ନହେବ ତାହା ଉପରେ ମଧ୍ୟ ଦୃଷ୍ଟି ଦିଆଯିବା ଆବଶ୍ୟକ । ରାଜ୍ୟ ସରକାରମାନେ ଏକଥା ମଧ୍ୟ ଦୃଷ୍ଟି ଦିଆଯିବା ଆବଶ୍ୟକ । ରାଜ୍ୟ ସରକାରମାନେ ଏକଥା ମଧ୍ୟ ଧ୍ୟାନ ରଖିବା ଉଚିତ ଯେ ମାଗଣା ଯୋଜନା ଯେମିତି ଦୀର୍ଘକାଳୀନ ସମାଧାନ ପ୍ରଦାନ କରିବାରେ ସହାୟକ ହେବ ।
ମାଗଣା ଶିକ୍ଷା ଯୋଜନା ସହ କୌଶଳ ବିକାଶ କାର୍ଯ୍ୟକ୍ରମକୁ ମଧ୍ୟ ଯୋଡ଼ାଯାଇ ପାରିବ ଯାହାଦ୍ୱାରା ଲୋକେ ଆତ୍ମନିର୍ଭର ହୋଇପାରିବେ । ମାଗଣା ଯୋଜନାରେ ଆର୍ଥିକ ଅନୁଶାସନ ମଧ୍ୟ ଜରୁରି । ରାଜ୍ୟ ସରକାର ମାନଙ୍କୁ ନିଜର ଖର୍ଚ୍ଚକୁ ତର୍କସଙ୍ଗତ କରିବାକୁ ପଡିବ ଏବଂ କେବଳ ଆବଶ୍ୟକ ଯୋଜନା ବାବଦରେ ହିଁ ଖର୍ଚ୍ଚ କରିବାକୁ ପଡିବ । ବୁନିଆଦି ତାଞ୍ଚାର ନିର୍ମାଣ ଏବଂ ରୋଜଗାର ସୃଜନ ଉପରେ ଧ୍ୟାନ କେନ୍ଦ୍ରିତ କରି ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା ଦିଗରେ ରାଜ୍ୟ ସରକାର ମାନେ ଉଦ୍ୟମ କରିବା ଆବଶ୍ୟକ । ଏହା ବ୍ୟତୀତ ରାଜ୍ୟ ସରକାର ମାନେ ସାର୍ବଜନୀନ ଏବଂ ଘରୋଇ ଉଦ୍ୟୋଗ କ୍ଷେତ୍ର ସହ ଭାଗିଦାରିକୁ ଗୁରୁତ୍ୱ ଦେଇ ଏସବୁ ଯୋଜନା ପାଇଁ ଆର୍ଥିକ ସଂସାଧନ ଯୋଗାଡ କରିବା ଉପରେ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱ ଦେଇଛି । ସାମାଜିକ କଲ୍ୟାଣ ଏବଂ ଆର୍ଥିକ ସ୍ଥିରତା ମଧ୍ୟ ସନ୍ତୁଳନ ରକ୍ଷା କରିବା ସହ ଜନ ଭାଗିଦାରିକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଏବଂ ଯୋଜନାକୁ ଏଭଳି ପ୍ରସ୍ତୁତ କରାଯିବା ଆବଶ୍ୟକ ଯେପରି ଏହା ସାମାଜିକ ଉତ୍ଥାନ  ସହ ଆର୍ଥିକ ବିକାଶ ଦିଗରେ ସହଯୋଗୀ ହୋଇପାରିବ । ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି ଯେ ରାଜ୍ୟ ନିଜର ସବ୍ସିଡ଼ି୍ ଖର୍ଚ୍ଚକୁ ନିୟନ୍ତ୍ରିତ କରିବା ଆବଶ୍ୟକ । 
ରାଜ୍ୟ ସରକାରମାନେ ପୁଞ୍ଜିଗତ ବ୍ୟୟକୁ ବୃଦ୍ଧି କରିବା ଏବଂ ବ୍ୟୟର ଗୁଣବତ୍ତାକୁ ସୁଧାରିବା ଦିଗରେ କାମ କରିବା ଉଚିତ୍ ଯାହାଦ୍ୱାରା ଆର୍ଥିକ ସ୍ଥିରତା ବଜାୟ ରହିବ । ସଶକ୍ତ ନାଗରିକ ଉତ୍ତମ ଅର୍ଥବ୍ୟବସ୍ଥା ଦିଗରେ ସହାୟକ ହୋଇଥାନ୍ତି । ଯଦି ସମାଜର ଦୁର୍ବଳ ବର୍ଗଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାରର ସୁବିଧା ପ୍ରଦାନ କରାଯାଏ ତେବେ ସେମାନଙ୍କ ଜୀବନ ସ୍ତର ସୁଧୁରିବା ସହ ସେମାନେ ଦେଶର ପ୍ରଗତିରେ ସହାୟକ ହୁଅନ୍ତି ।
ମାଗଣା ଯୋଜନା କଲ୍ୟାଣକାରୀ ରାଜ୍ୟ/ରାଷ୍ଟ୍ରର ଏକ ଅଭିନ୍ନ ଅଂଶ ଅଟେ କିନ୍ତୁ ଏହାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ରିଜର୍ଭ ବ୍ୟାଙ୍କ ଏବେ ଯେଉଁ ଚିନ୍ତା ପ୍ରକଟ କରିଛି ସେଥିରୁ ସ୍ପଷ୍ଟ ଯେ କେମିତି ଏସବୁ ଯୋଜନାକୁ ଆର୍ଥିକ ସ୍ଥିରତା ସହ ସନ୍ତୁଳିତ କରାଯାଇ ପାରିବ । ଏହାର ସଠିକ୍ କାର୍ଯ୍ୟକାରିତା କେବଳ ବର୍ତ୍ତମାନର ପିଢି ପାଇଁ ଯେ ଉଦ୍ଦିଷ୍ଟ ତା ନୁହେଁ ବରଂ ଏହା ଭବିଷ୍ୟତ ପିଢି ପାଇଁ ଏକ ମଜଭୁତ ଏବଂ ସଶକ୍ତ ଭାରତର ନିର୍ମାଣରେ ସହାୟକ ହେବ । ରାଜ୍ୟ ସରକାର ମାନେ ଦୀର୍ଘକାଳୀନ ଆର୍ଥିକ ସ୍ଥିରତାକୁ ଦୃଷ୍ଟିରେ ରଖି ଏସବୁ ଯୋଜନାକୁ ଲାଗୁ କରିବା ଉଚିତ୍ । ଏପରି କରାଗଲେ ରାଜ୍ୟରେ ଆର୍ଥିକ ସଙ୍କଟ ସୃଷ୍ଟି ହେବନାହିଁ ଓ ଅନ୍ୟ ପକ୍ଷରେ ଏକ ନ୍ୟାୟସଙ୍ଗତ ସମୃଦ୍ଧ ସମାଜ ସୃଷ୍ଟି ହୋଇ ପାରିବ ।
          ରାମଚନ୍ଦ୍ର ପୁର, ରଣପୁର
ମୋ :୯୪୩୮୪୮୫୦୯୪