ସୁବର୍ଣ୍ଣ ଜାଲି କଥା ଓ କଳିଯୁଗ ବିବରଣ

ଲଳିତ ଲେଙ୍କା : ଶ୍ରୀକୃଷ୍ଣ ବଳରାମଙ୍କ ମହାପ୍ରୟାଣ ପରେ ମହାରାଜା ଯୁଧିଷ୍ଠିର ସ୍ୱର୍ଗଗମନ କରିବା ପାଇଁ ଚିନ୍ତାକଲେ । ରାଜ୍ୟର ପାତ୍ର ମନ୍ତ୍ରୀ ଓ ଅମାନାତ୍ୟମାନଙ୍କୁ ଦିନେ ଡକାଇ ନିଜର ମନକଥା କହିଲେ । କହିଲେ ଶ୍ରୀକୃଷ୍ଣ ଆଠଶହ ବର୍ଷ ହେଲା ଜାରାଶବର ହାତରେ ନିଧନ ହେଲା ଓ ଆଜିକୁ ଦୁଇଶହ ବର୍ଷ ମଧ୍ୟ ଅତିକ୍ରାନ୍ତ ହୋଇଗଲାଣି । ଶ୍ରୀକୃଷ୍ଣଙ୍କ ଅଭାବରେ ଏହି ମର୍ତ୍ତ୍ୟରେ ରହିବାକୁ ମନ ବଳୁନାହିଁ । ଶ୍ରୀକୃଷ୍ଣଙ୍କ ଅଭାବରେ ରାଜ୍ୟ ଶାସନ କରିବାର ଅଭିଳାଷ ନାହିଁ । ସେ ଥିଲେ ଆମ୍ଭର ସଖା । ତେଣୁ ତାଙ୍କ ବିହୁନେ ଏ ରାଜ୍ୟ ସୁଖ ତୁଚ୍ଛ ମନେ ହେଉଛି । ଯେତେଦିନ ରାଜ୍ୟଭାର ଗ୍ରହଣ କରିଥିଲି କାର୍ଯ୍ୟ ଅନୁରୋଧରେ ତୁମ୍ଭମାନଙ୍କ ପ୍ରତି ଯଦି କିଛି ଦୋଷ କରିଥାଏ, ତେବେ କ୍ଷମା କରିଦେବ । ଆମ୍ଭେ ପାଞ୍ଚଭାଇ ଦ୍ରୌଦପୀଙ୍କ ସମେତ ସ୍ୱର୍ଗାରୋହଣ ପଥର ଯାତ୍ରୀ । ଏଣୁ ପରୀକ୍ଷିତଙ୍କ କଥା ଅନୁସାରେ ସମସ୍ତ ରାଜକାର୍ଯ୍ୟ ପରିଚାଳନା କରିବ । ଏବେ ରାଜ୍ୟଭାର ପରୀକ୍ଷିତଙ୍କୁ ଦେଇ ଆମ୍ଭେମାନେ ବନ ଗମନ କରିବୁ । ଆପଣମାନେ ମତେ ଯେପରି ଭକ୍ତି ଓ ସମ୍ମାନ ଦେଉଥିଲ, ସେହିପରି ପରୀକ୍ଷିତଙ୍କୁ ଦେବ । ପାତ୍ର ବୃହସେନ ଓ ମନ୍ତ୍ରୀ ସୋମଦାସ ଉଭୟଙ୍କୁ ଯୁଧିଷ୍ଠିର ରାଜ୍ୟର ଯଶରକ୍ଷା ପାଇଁ ସୁବିଧାନ କରିବା ପାଇଁ ଉପଦେଶ ଦେଲେ ।
ପଞ୍ଚୁ କଟକର ୟେକାଙ୍ଗ ଦଣ୍ଡଧାରୀ ଭାବେ ପରୀକ୍ଷିତଙ୍କୁ ଅଭିଷିକ୍ତ କରି ଧର୍ମରାଜ ତାଙ୍କୁ ରାଜନୀତି ବିଷୟରେ ଶିକ୍ଷା ପ୍ରଦାନ କଲେ । ଯୁଧିଷ୍ଠିର ପରୀକ୍ଷିତଙ୍କୁ କହିଲେ ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କଲେ ରାଜାର ଯଶଶ୍ରୀ ବୃଦ୍ଧି ହୋଇଥାଏ । ପ୍ରଜାଙ୍କୁ ପାଳନ କଲେ ଇନ୍ଦ୍ରରାଜା ରାଜ୍ୟକୁ ଭଲ ବୃଷ୍ଟି କରି ପାଳି ଥାଏ । ଫଳରେ ପ୍ରଚୁର କୃଷିଜ ଉତ୍ପାଦନ ହୁଏ । କୃଷି ଉପୁଜିଲେ ପ୍ରଜା ଖୁସିରେ ରହିବା ସହିତ ରାଜାର ଭଣ୍ଡାର ମଧ୍ୟ ପରିପୂର୍ଣ୍ଣ ହୋଇଥାଏ । ଜଳଜନ୍ତୁମାନେ ଜଳ ପାଇଁ ତୃପ୍ତି ଲାଭ କରିଥାନ୍ତି । ଏହାପରେ କର ସଂଗ୍ରହ କରିବାର ବିଧି ବିଷୟରେ ଯୁଧିଷ୍ଠିର କହିଛନ୍ତି ଯେ ବାଟିଏ ଜମିରୁ ଏକ ପଉଟି ସଂଞ୍ଜା ଆଦାୟ କରିବୁ । ସୁଜନ ମାନଙ୍କୁ ସର୍ବଦା ନିଯୋଗ ଜୀବ ଥିବା ଯାଏ ପ୍ରଦାନ କରିବାକୁ ଯେପରି ଭୁଲି ନଯାଅ । ଏହିପରି ରାଜ୍ୟ ଶାସନ ସମ୍ବନ୍ଧୀୟ ଅନେକ ଶିକ୍ଷା ଯୁଧିଷ୍ଠିର ପରୀକ୍ଷିତଙ୍କୁ କହିଲେ ।
ଏହି ସମୟରେ ଜଣେ ବ୍ରାହ୍ମଣ ଓ ତାହାର ହଳିଆ ତଡପା କଳି କରି ଯୁଧିଷ୍ଠିରଙ୍କ ରାଜ ଦରବାରରେ ପହଁଞ୍ଚôଲେ । ବଇତରଣୀ ନଦୀ କୂଳସ୍ଥ ବେଦପୁରର ପରିମଳ ନଗ୍ରରେ ସୁରେଶ୍ୱର ନାମକ ଏକ ବ୍ରାହ୍ମଣ ବାସ କରୁଥିଲା । ଦିନେ ବ୍ରାହ୍ମଣ ତଡପା ନାମକ ଏକ କୃଷକକୁ ଜମି ଚାଷ କରିବା ପାଇଁ ପଠାଇଲେ । ଲଙ୍ଗଳ ସଜ ସହିତ କୋଦାଳ ଧରି ତଡପା ବିଲକୁ ବାହାରିଗଲା  । କୋଦାଳରେ ହାଣି ଜମି ସମତୁଲ କରିବା ପାଇଁ କହି ବ୍ରାହ୍ମଣ ଘରକୁ ଫେରିଆସିଲେ । ତଡପା ମାଟି ହାଣିବା ବେଳେ କୋଦାଳ ତାହାର ଏକ ପଥରରେ ବାଜିଲା, ତଡପା ପଥର କାଢି ମାଟି ଭିତରେ ଦେଖିଲା ସେଠାରେ ଏକ ରନô ଜାଲି ପୋତି ହୋଇ ରହିଛି । ଏହା ଦେଖି କୃଷକ ମାଟିରୁ ରନô ଜାଲିକୁ ବାହାର କରି ତାହାକୁ ମୁଣ୍ଡାଇ ଆରି ବ୍ରାହ୍ମଣଙ୍କ ଘରେ ପହଁଞ୍ଚôଲା । ତଡପା କହିଲା- “ବ୍ରାହ୍ମଣ ଗୋସେଇଁ ଆପଣଙ୍କ ଜମିରୁ ଏହା ମିଳିଲା । ଆପଣ ଏହାକୁ ରଖନ୍ତୁ ।” ବ୍ରାହ୍ମଣ କହିଲେ କୃଷିରେ ସିନା ଆମର ଅଧିକାର, କର୍ମ ବଳରେ ତୁ ଯେଉଁ ଦ୍ରବ୍ୟ ପାଇଲୁ ତାହାକୁ ତୋ ଘରକୁ ନେଇଯାଆ । ତଡପା କହିଲା ଗୋସେଇଁ ଆପଣ କି ଅନୀତି କଥା କହୁଛନ୍ତି ? ତୁମର ତୋଟା, ଜମିବାଡି ବୃତ୍ତି ସବୁ ଆପଣଙ୍କ ବଂଶର । ତେଣୁ ଆପଣଙ୍କ ଉପର ବଂଶର କେହି ଏହି ଗୁପ୍ତ ଧନକୁ ରଖିଥିବ । ମୁଁ କିପରି ଏହାକୁ ନେବି ? ମୁଁ ଜଣେ ସାଧାରଣ କୃଷିକାରୀ । ଧନ ମୋହର କ’ଣ ହେବ ? କେବଳ ମଜୁରି ମୋର ପ୍ରାପ୍ୟ । ଅନ୍ନ,ବସ୍ତ୍ର, ବର୍ତ୍ତନ ମୋତେ ତ ଦେଉଛନ୍ତି, ତେଣୁ ତୁମ୍ଭର ବିତ୍ତକୁ କିପରି ମୁଁ ନେଇଯିବି ?
କୃଷକ କଥା ଶୁଣି ବ୍ରାହ୍ମଣ କହିଲେ ତୋ କର୍ମରେ ଥିଲା ଏହି ଧନ ପାଇଲୁ । ମତେ ଏହାକୁ ପ୍ରଦାନ କରି ଅଧିକ ଅପବାଦ ଦିଅନାହିଁ । ଏହାକୁ ଧର, ଚାଲ ରାଜାଙ୍କ ନିକଟକୁ ଯିବା । ସେ ଏହାର ବିଚାର କରିବେ ଏ ଧନ କାହାର ପ୍ରାପ୍ୟ । ଏହାପରେ ଦୁଇଜଣ ରନô ଜାଲିକୁ ଧରି ଯୁଧିଷ୍ଠିରଙ୍କ ଦରବାରରେ ପହଁଞ୍ଚôଲେ । ବ୍ରାହ୍ମଣ ଓ ତଡପା ଦୁଇଜଣଙ୍କ ଅଭିଯୋଗ ଶୁଣି ପ୍ରଥମେ ଯୁଧିଷ୍ଠିର କହିଲେ ଏହି ଧନକୁ ଦୁଇଜଣଙ୍କ ମଧ୍ୟରେ ବାଣ୍ଟି ନିଅ । କୃଷକ କହିଲା ମୁଁ ଏଥିରୁ ଚିନାଏ ମଧ୍ୟ ନେବିନାହିଁ । ବ୍ରାହ୍ମଣ ମଧ୍ୟ ସେହି କଥା କହିବାରୁ ଯୁଧିଷ୍ଠିର ସହଦେବଙ୍କୁ ପଚାରିଲେ ଏହାର କାରଣ କ’ଣ ? ସହଦେବ କହିଲେ ଯେଉଁ ଦିନ ଶ୍ରୀକୃଷ୍ଣ ଦୂତ ହୋଇ କୁରୁରାଜ ସଭାକୁ ଯାଇଥିଲେ, ସେହିଦିନ କଳିଯୁଗ ପ୍ରବେଶ କରିଥିଲା । ମାତ୍ର ଅର୍ଜୁନ ଭୟରେ କଳିଯୁଗ ତାହାର କାୟା ବିସ୍ତାର କରିନଥିଲା । ଆମ୍ଭମାନଙ୍କୁ (ପାଣ୍ଡବ) ସୁଖଭୋଗ ଦେବା ପାଇଁ କଳିକୁ ପ୍ରବେଶ କରିବାକୁ ବାରଣ କରିଥିଲେ ଶ୍ରୀ ଜଗନ୍ନାଥ (ଶ୍ରୀକୃଷ୍ଣ) । ଏହି ସମୟରେ ଆକଶବାଣୀ ହେଲା- “ସହଦେବ ଶୁଣ ! ଅନୀତି ପଡିବ ଏବେ, ତୁମ୍ଭେ ଏବେ ମର୍ତ୍ତ୍ୟରେ ନ ଥାଅ । ଶ୍ରୀକୃଷ୍ଣ ଦେହତ୍ୟାଗ କରି ସ୍ୱର୍ଗକୁ ଆସିଲେଣି । ଯୁଝେଷ୍ଠି ଦେବ ସ୍ୱର୍ଗକୁ ନ ଆସିଲେ ଆକାଶ ଶୋଭା ଦିଶୁନାହିଁ । ଆକାଶବାଣୀ ଶୁଣି ସହଦେବ କଳିକୁ ବନ୍ଧନରୁ ଖୋଲିଦେଲେ । ୟେକା ନିମିଷକେ ବ୍ରାହ୍ମଣ ଓ ତଡପା ସୁବର୍ଣ୍ଣ ଜାଲି ନେବା ପାଇଁ କଳି ଆରମ୍ଭ କରିଦେଲେ ଓ ପରସ୍ପର ମଧ୍ୟରେ ଠେଲାପେଲା ହେଲେ । ଦୁଇଜଣଙ୍କର ଏପରି ବିଚିତ୍ର ଆଚରଣ ଦେଖି ପୁଣି ଯୁଧିଷ୍ଠିର ସହଦେବଙ୍କୁ ପଚାରିଲେ, ଏହାର କାରଣ କ’ଣ ? ସହଦେବ କହିଲେ ସେ ଶ୍ରୀକୃଷ୍ଣଙ୍କ ଆଜ୍ଞାରେ କଳିକୁ ବନ୍ଧନ କରିଥିଲେ । ମାତ୍ର ଏବେ କଳିକୁ ଖୋଲିଦେବାରୁ ମାୟାମୋହ ଘୋଟିଗଲା ଓ ଏ ଦୁଇଜଣ ଲୋଭରେ ସୁବର୍ଣ୍ଣ ପାଇଁ କଳି କରୁଛନ୍ତି । ଏହି ସମୟରେ ପରୀକ୍ଷିତ କହିଲେ ପୃଥୀରେ ସୁନା ଥିବାରୁ ରାଜାର ଭଣ୍ଡାରରେ ଏହି ସୁବର୍ଣ୍ଣ ଜାଲିକୁ ନେଇ ରଖିଦିଅ । ପରୀକ୍ଷିତଙ୍କ ବିଚାର ଶୁଣି ଯୁଧିଷ୍ଠିର କିଛି କହିଲେ ନାହିଁ । ବ୍ରାହ୍ମଣ ଓ ତଡପା ଦୁଇଜଣ ତୁନି ହୋଇ ନିଜ ନିଜ ଘରକୁ ଫେରିଗଲେ । ସହଦେବ ଏହାପରେ କଳିଯୁଗ ପ୍ରବେଶ ହେଲେ କ’ଣ କ’ଣ ପରିବର୍ତ୍ତନ ହେବ, ତାହା ଯୁଧିଷ୍ଠିରଙ୍କୁ ଶୁଣାଇବାକୁ ଲାଗିଲେ । ସହଦେବ କହିଲେ କଳିଯୁଗରେ ରାଜା ଅନ୍ୟାୟ କରିବେ । ପ୍ରଜାମାନଙ୍କ କୃଷିରୁ ନାନା ଛଳ ପାତି ଅଧିକ କର ଆଦାୟ କରିବେ । ରାଜାଙ୍କ ଅବିଧି ଦେଖି ଇନ୍ଦ୍ର ବୃଷ୍ଟି ଭଲ ଭାବେ କରିବ ନାହିଁ, ଫଳରେ ପୃଥିବୀ ଫଳଦାୟୀ ହେବନାହିଁ । ରାଜା ଶାଗୁଣା ହୋଇ ପ୍ରଜାମାନଙ୍କ ସହିତ ମଡା ପରି ବ୍ୟବହାର କରିବେ । ଶୂଦ୍ରମାନଙ୍କୁ ବ୍ରହ୍ମାଣମାନେ ତଳହସ୍ତ ହୋଇ ମାଗିବେ । ନୀତି, ଆଚର ଓ ବିଚାର ପରିତ୍ୟାଗ କରି ବ୍ରାହ୍ମଣମାନେ ଅନାଚାରୀ ହେବେ । ବେଦମନ୍ତ୍ର ଛାଡି ଦଣ୍ଡାପାଟ ଆବୋରି ରାଜସେବା କରିବାକୁ ମନ ବଳାଇବେ ।  ପୁତ୍ରମାନେ ପିତାମାତାଙ୍କୁ ଅନ୍ନ ପ୍ରଦାନ କରିବାକୁ କୁଣ୍ଠାବୋଧ କରିବେ । 
ଲୋକମାନେ ଜାତି ଅଜାତି କିଛି ନମାନି ବ୍ୟଭି·ର କରିବେ । କଳିଯୁଗର ଲୋକମାନେ ଶାସ୍ତ୍ର ନିନ୍ଦା କରିବେ । କିଛି ଲୋକ ଶାସ୍ତ୍ରଜ୍ଞ ଭାବେ ଭଣ୍ଡପଣ କରି ବଞ୍ଚôବେ । ପିତା ପୁତ୍ରଙ୍କ ମଧ୍ୟରେ କଳିଗୋଳ ଲାଗିବ । ପିତାଙ୍କ ପ୍ରତି ପୁତ୍ରର ଭକ୍ତିଭାବ ରହିବ ନାହିଁ ।  ବ୍ରାହ୍ମଣ ଚଣ୍ଡାଳ ଏକାଠି ବସି ମଦିରା ପାନ କରିବେ । ଗୁରୁ ଗୌରବ ଜ୍ଞାନ କାହାର ରହିବ ନାହିଁ । ସତ୍ୟ କହିବା ଅପେକ୍ଷା ମିଛ କହିବାରେ ଲୋକମାନେ ବ୍ୟସ୍ତ ରହିବେ । ପରଧନ ଚେରି କରିବାକୁ ଲୋକେ କୁଣ୍ଠାବୋଧ କରିବେ ନାହିଁ । ପରସୀମା ହରଣ ରାଜା କରିବେ । ନୀତି ନିୟମ କର୍ମ ଛାଡି ଲୋକମାନେ ଅନାଚାରୀ ହେବେ । ଅବିଚ୍ଛନ୍ନେ ଶୃଙ୍ଗାର କରି ଲୋକମାନେ ରୋଗୀ ହେବେ । ସଂକ୍ରାନ୍ତି ଓ ଅମାମାସ୍ୟାରେ ରାତ୍ରୀରେ ମଧ୍ୟ ଲୋକ ଭୋଜନ କରିବେ । ଅମାତ୍ୟ ରାଜାଙ୍କୁ ମାରିବା ପାଇଁ ପାଞ୍ଚ କରିବେ । ସୁଜନ ପଣ୍ଡିତମାନେ ଅନାଚାର କର୍ମରେ ବ୍ରତୀ ହେବେ । ଏହିପରି ଅନେକ ଅନ୍ୟାୟ କାର୍ଯ୍ୟ କଳିଯୁଗରେ ହେବବୋଲି ସହଦେବ ଯୁଧିଷ୍ଠିରଙ୍କୁ କହିଲେ । ଯୁଧିଷ୍ଠିର କହିଲେ ତେବେ ଏପରି ଭୂମିରେ ରହିଲେ ପାପ ଅର୍ଜନ କରିବା ସାର ହେବ । ତେଣୁ ପରୀକ୍ଷିତଙ୍କୁ ଡାକି ତାହାଙ୍କୁ ରାଜ୍ୟଭାର ସମର୍ପଣ କରି ସ୍ୱର୍ଗଯାତ୍ରାରେ ବାହାରିଲେ ।