ଅଶୋକ ଦାସ ମେମୋରିଆଲ କ୍ରିକେଟ, ଜିସିସି ଇନ୍ଦୁପୁର ଚାମ୍ପିଅନ୍

ଯାଜପୁର ଟାଉନ: କୁସୁମା ପଡ଼ିଆଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୧୬ତମ ଅଶୋକ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ଜିସିସି ଇନ୍ଦୁପୁର ଓ ଇଲେଭେନ ଷ୍ଟାର ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜିସିସି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଇଲେଭେନ ଷ୍ଟାର ନିର୍ଦ୍ଧାରିତ ୩୦ଓଭର ମଧ୍ୟରୁ ୨୪.୧ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୧୮ରନ୍ ସଂଗ୍ରହ କରିଥିଲା । ଦଳପକ୍ଷରୁ ଅଭିଳାଷ ରାଉତରାୟ ୪୪,  ବାଦଲ ମିଶ୍ର ୨୦ରନ୍ ସଂଗ୍ରହ କରିଥିଲେ । ଜିସିସି ବୋଲର ଆଦିତ୍ୟ ପାଣ୍ଡେ ୪.୧ ଓଭର ବୋଲିଂ କରି ୨୪ ରନ୍ ଦେଇ ୪ଟି ମହମ୍ମଦ ଅରବାଜ ୬ଓଭର ବୋଲିଂ କରି ୨୧ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ଜିସିସି ୧୪.୩ ଓଭର ଖେଳି ୨ଟି ୱିକେଟ୍ ହରାଇ ୧୨୨ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା । ଦଳ ପକ୍ଷରୁ ଏମ୍ଡ଼ି ଅହମ୍ମଦ ୯୩ରନ୍ ସଂଗ୍ରହ କରିଥିଲେ । ମ୍ୟାଚରେ ଜିସିସର ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ଏମ୍ଡ଼ି ଅହମ୍ମଦ ଓ ଇଲେଭନର ଷ୍ଟାରର ବେଷ୍ଟ ବ୍ୟାଟ୍ସମ୍ୟାନ ଅମିନ୍ ଇକବାଲ ଖାନ୍, ଜିସିସିର ବେଷ୍ଟ ବୋଲର ଏମ୍ଡ଼ି ଅରବାଜ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଏମ୍ଡ଼ି ଅହମ୍ମଦ ମାନଙ୍କୁ ମୁଖ୍ୟଅତିଥି ଯାଜପୁର ବିଧାୟିକା ସୁଜାତା ସାହୁ ଓ ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ପୁରସ୍କୃତ କରିଥିଲେ ।  ମ୍ୟାଚରେ ସମ୍ମାନିତ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍ ବଟକୃଷ୍ଣ ମହାପାତ୍ର, ଜିଲ୍ଲା କି୍ରକେଟ ଆସୋସିଏସନ ସମ୍ପାଦକ ଜ୍ଞାନଚାନ୍ଦ ଦାସ, ବରିଷ୍ଠ କି୍ରକେଟିୟର ଶ୍ରୀଜୟ ମହାପାତ୍ର, ଜିଲ୍ଲା କି୍ରକେଟ ଆସୋସିଏସନର ଉପ-ସଭାପତି ପଦାରବିନ୍ଦ ପରିଡ଼ା, ଏମ୍ସିସି କି୍ରକେଟ କ୍ଳବ୍ର ସମ୍ପାଦକ ଅଭୟ ବଲ୍ଲଭ ପଣ୍ଡା, ଯୁବ ନେତା ମନୋଜ ସାହୁ ଉପସ୍ଥିଥିଲେ ।  ମ୍ୟାଚ୍କୁ  କାଉନ୍ସିଲର ଶୁଭାଶିଷ ରାଉତ,  କମଳେନ୍ଦୁ ଦାସ, ସ୍ୱସ୍ତିକ ପହି, ଜଗନ୍ନାଥ ବେହେରା, ଆଶିଷ ମହାନ୍ତି, ଦେବଦତ ଦାସ, ବିଶ୍ୱଜିତ୍ ଦାସ, ଅନିଲ ଦାସ, ସଞ୍ଜୟ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଲଲାଟ କେଶରୀ ନନ୍ଦ ଓ ଖଗେଶ୍ୱର ମଲ୍ଲିକ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଯଯାତି କେଶରୀ ସାମଲ ପରିଚାଳନା କରିଥିଲେ ।