ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଗ୍ରାମାଞ୍ଚଳରେ ଜେଏସପିର ପାଶ୍ୱର୍ବର୍ତ୍ତୀ ଗାଁ ଗୁଡିକରେ ଚକ୍ଷୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଲେପ୍ରା ସୋସାଇଟି ସହ ବୈଷୟିକ ସହଯୋଗରେ ଜାମୁନାଲି ଗାଁରେ ଜେଏସପିର ଭିପି-ମାଇନ୍ସ ନୀରଜ କାଲ୍ଲା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାମୁନାଲି ସରପଂଚ ଶିଲା ପ୍ରଧାନଙ୍କ ସମେତ ଅନ୍ୟ ତୁଙ୍ଗ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ଚିହ୍ନଟ ଓ ଚିକିସôା ସୁନିଶ୍ଚିତ କରିବା ପାଇଁ ଏହି ପଦେକ୍ଷେପ ନିଆଯାଇଥିଲା । ଯେଉଁଥିରେ ଚକ୍ଷୁ ପରୀକ୍ଷା ଏବଂ ଅତ୍ୟାବଶ୍ୟକ ଚକ୍ଷୁ ଚିକିସôା ପାଇଁ ଶହ ଶହ ଗ୍ରାମବାସୀ ଏକତ୍ରିତ ହୋଇଥିଲେ । ଓପି ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କ ଜନ୍ମଦିନ ପୂର୍ବ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ । ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚେତନତା ଅଧିନବେଶନ ସହିତ ଆରମ୍ଭ ହୋଇଥିଲା । ଉଦଘାଟନୀ ସମାରୋହରେ ଏଭିପି-ସିଏସଆର (ଖଣି) ଅଜୟ ସିଂହ, ଡିଜିଏମ ସିଏସଆର, ସୁବାଷ ରାୟ, ଜିଏମ ସିଏସଆର ଜୟନ୍ତ କୁମାର ମହାନ୍ତି, ଜିଏମ ସିଏସଆର ଆଶୁତୋଷ ମିଶ୍ର ଓ ଏଜିଏମ ସିସିଡି କୁନ୍ଦନ କୁମାର ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ଗ୍ରାମାଞ୍ଚଳରେ ସୁଲଭ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଚକ୍ଷୁ ପରୀକ୍ଷା ଶିବିରରେ ସମସ୍ତ ବୟସ ବର୍ଗର ଗ୍ରାମବାସୀ ଯୋଗଦେଇଥିଲେ । ତେବେ ବୟସ୍କ ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ବିପୁଳ ଉସôାହ ଦେଖିବାକୁ ମିଳିଥିଲା । ଏହି ଶିବିରରେ ୧୦୦ରୁ ଅଧିକ ଗ୍ରାମବାସୀ ଚକ୍ଷୁ ପରୀକ୍ଷା କରିଥିଲେ । ସମ୍ଭାବ୍ୟ ଦୃଷ୍ଟି ସମସ୍ୟାର ସମାଧାନ ଏବଂ ପ୍ରତିଷେଧକ ପାଇଁ ଆବଶ୍ୟକ ପରାମର୍ଶ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ସମାଜିକ ଦାୟୀତ୍ୱ ଏବଂ ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟସେବା ମିଶନର ଏକ ଅଂଶ ଭାବରେ ଜିନ୍ଦଲ ଫାଉଣ୍ଡେସନ ବହୁ ସମ୍ପ୍ରଦାୟ କେନ୍ଦ୍ରିତ କାର୍ଯ୍ୟକ୍ରମର ନେୃତ୍ୱତ୍ୱ ନେଇ ଚାଲିଛି । ଏହି ‘ଦୃଷ୍ଟି’ କାର୍ଯ୍ୟକ୍ରମ ଜରିଆରେ ଜିନ୍ଦଲ ଫାଉଣ୍ଡେସନ ଏପର୍ଯ୍ୟନ୍ତ ୧୦,୦୦୦ରୁ ଅଧିକ ଡ୍ରାଇଭର, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ବୟସ ବର୍ଗର ଲୋକଙ୍କୁ ଆବଶ୍ୟକତା ଅନୁସାରେ ଚକ୍ଷୁ ଚିକିସôା ଓ ଚଷମା ପ୍ରଦାନ କରାଯାଇଛି ।