ଅସ୍ତରଙ୍ଗ ହାଇସ୍କୁଲରେ ଭୋଜି ଘଟଣା: ଶିକ୍ଷା ନିଦେ୍ର୍ଦଶକଙ୍କ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ହେଉନି

କାକଟପୁର : ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ମାସ ୨୭ ତାରିଖ ରାତିରେ ଭୋଜି ଭାତକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସରକାରଙ୍କ ନିୟମ ଅନୁଯାୟୀ ସରକାରୀ ବିଦ୍ୟାଳୟରେ ଏପରି କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ । ଏହି ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଥିଲେ । ଘଟଣା ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲା । ଲିଖିତ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ଘଟଣାକୁ ଗୁରୁତ୍ୱ ଦେଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ଜିଲ୍ଲାପାଳ, ଶିକ୍ଷା ନିଦେ୍ର୍ଦଶକ ଓ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଶ୍ରୀ ନାୟକ ୩୧/୦୮/୨୦୨୫ରେ ଇ-ମେଲେ କରିଥିଲେ । ଶିକ୍ଷା ନିଦେ୍ର୍ଦଶକ ଭୁବନେଶ୍ୱରଙ୍କୁ ଏ ସମ୍ପର୍କରେ ସ୍ପିଡ଼ ପୋଷ୍ଟ ମାଧ୍ୟମରେ ଅଭିଯୋଗ ପତ୍ର ପ୍ରେରଣ କରିଥିଲେ । ଘଟଣାକୁ ୨୬ ଦିନ ବିତି ଯାଇଥିଲେ ମଧ୍ୟ ଶିକ୍ଷା ନିଦେ୍ର୍ଦଶକଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।ଅଭିଯୋଗକାରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ୱାଧୀନ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଶିକ୍ଷା ନିଦେ୍ର୍ଦଶକ କୌଣସି ଅଦୃଶ୍ୟ ଚାପର ବଶବର୍ତ୍ତୀ ହୋଇ ଅସ୍ତରଙ୍ଗ ପ୍ରଧାନଶିକ୍ଷକଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ।
ଏହା ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନର ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ । ଅପରପକ୍ଷରେ ଅଭିଯୋଗ ଅନୁଯାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠି ନଂ ୭୩୪୯ ତାରିଖ ୦୩/୦୯/୨୦୨୫ରେ ଅସ୍ତରଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଅସ୍ତରଙ୍ଗ ଶିକ୍ଷା ଅଧିକାରୀ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ତଦନ୍ତ ନ କରି ଚୁପ ହୋଇ ବସି ପଡିଲେ । ପୁଣି ଶିକ୍ଷା ଅଧିକାରୀ ପୁରୀ ଚିଠି ନଂ ୧୧୮୧ ତାରିଖ ୦୬/୦୯/୨୦୨୫ ରେ ଅସ୍ତରଙ୍ଗ ପ୍ରଧାନ ଶିକ୍ଷକଙ୍କୁ ୨୭ ତାରିଖର ସିସିଟିଭି ଫୁଟେଜ ସରଂକ୍ଷିତ କରି ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ଶିକ୍ଷାଧିକାରୀ ଚିଠି ନଂ ୭୭୨୮ ତାରିଖ ୧୨/୦୯/୨୦୨୫ରେ କଣାସ ବ୍ଲକ ଶିକ୍ଷାଧିକାରୀ ରାମଚନ୍ଦ୍ର ବେହେରାଙ୍କୁ ତମାମ ଘଟଣାର ତଦନ୍ତ କରିବାକୁ କଡା ନିଦେ୍ର୍ଦଶ ଦେଇଥିଲେ । କଣାସ ଶିକ୍ଷା ଅଧିକାରୀ କୌଣସି ତଦନ୍ତ ନ କରି ଚୁପ ରହିଲେ । ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଜିଲ୍ଲା ଶିକ୍ଷା ଅଧିକାରୀ ପୁରୀ ତିନି ଥର ଚିଠି କରିବା ପରେ ବି କଣ ପାଇଁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଆଗେଇ ପାରୁ ନାହିଁ । କାହା ଚାପର ବଶବର୍ତ୍ତୀ ହୋଇ ଦୁଇ ବ୍ଲକର ଶିକ୍ଷା ଅଧିକାରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶକୁ ଅବମାନନା କରୁଛନ୍ତି ତାହା ରାଜ୍ୟ ଶିକ୍ଷା ବ୍ୟବସ୍ଥା ନୀତିକୁ ଖୋଲା ଉଲ୍ଲଙ୍ଘନ କରାଯାଉଛି । ଏ ସମ୍ପର୍କରେ ଶିକ୍ଷା ନିଦେ୍ର୍ଦଶକ ବୀରେନ୍ଦ୍ର କରକୋର୍ଙ୍କୁ ଫୋନ ଯୋଗେ ପଚାରିବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛି ତଦନ୍ତ କରି ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।