ପୂର୍ତ୍ତବିଭାଗର ଅଜବ ନୀତି : ଢୁ ଢୁ ବର୍ଷାରେ ରାସ୍ତାରେ ପଡୁଛି ପିଚୁ
ଜଟଣୀ : ଜଟଣୀ ପିପିଲି ରାଜ୍ୟ ରାଜପଥର କୁଦିଆରୀ ଗ୍ରାମର ସମ୍ମୁଖରେ ଥିବା ମୁଖ୍ୟ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ୬ ମାସରୁ ଅଧିକ ମାସ ହେବ ରାସ୍ତାର ସମ୍ପ୍ରସାରଣ ନିମନ୍ତେ ରାସ୍ତା କଡରେ ଥିବା ଉଠାଦୋକାନୀ ଠାରୁ ଆରମ୍ଭ କରି ବର୍ଦ୍ଧିତ ସ୍ଥାୟୀ ଘର ନିର୍ମାଣକୁ ଭଙ୍ଗା ଯାଇଥିଲା । ରାସ୍ତାର ସମ୍ପ୍ରସାରଣକୁ ନେଇ ବିଦୁ୍ୟତ୍ଖୁଣ୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ପରେ ନିମ୍ନମାନର ଡ୍ରେନ କାର୍ଯ୍ୟ ହୋଇ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏପରି ଭାବରେ ପୂର୍ତ୍ତ ବିଭାଗର ମନ୍ଥର କାମକୁ ନେଇ ଗ୍ରାମର ରାସ୍ତାଟି ଅତି ଦୟନୀୟ ରୂପେ ପଡି ରହିଲା । ପ୍ରବଳ ଧୂଳି ସାଙ୍ଗକୁ ସାମାନ୍ୟ ବର୍ଷାରେ କାଦୁଅ ପଚ ପଚରେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ରାସ୍ତାରେ ଯିବା କଷ୍ଟସାଧ୍ୟ୍ୟ ଥିଲା । ଏହି ବାବଦରେ ଖବର ପ୍ରସାରଣ ହୋଇଥିଲା । ଏହି ରାସ୍ତା ନିର୍ମାଣକୁ ନେଇ ବହୁ ବାଦ ବିବାଦ ଏବଂ ରାଜନୈତିକ ଛକା ପଞ୍ଝା ଲାଗି ରହିଥିଲା । ବହୁ ପ୍ରତିକ୍ଷୀତ ପରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତାରେ ପିଚୁ କାମ ଆରମ୍ଭ କରାଯାଇଥିଲା । ଏଠି ପ୍ରଶ୍ନ ଉଠେ ବର୍ତ୍ତମାନ ଲଗାତର ଦୁଇ ଦୁଇଟି ଲଘୁଚାପ ସୃଷ୍ଟିର ପାଣିପାଗ ବିଭାଗର ପୂର୍ବ ସୂଚନା ଥିବା ବେଳେ, ପୂର୍ତ୍ତ ବିଭାଗ କିପରି ରାସ୍ତା କାମ କରିବା ପାଇଁ ଠିକାଦାରଙ୍କୁ ନିଦେ୍ର୍ଦଶ ଦେଲେ ତାହା ଆଶ୍ଚର୍ଯ୍ୟ ବିଷୟ । ଏଠି ଠିକାଦାର ଏବଂ ପୂର୍ତ୍ତ ବିଭାଗର ମଧୁଚନ୍ଦ୍ରିକାରେ ଠିକାଦାରଙ୍କୁ ଦଶହରା ଭେଟି ସ୍ୱରୂପ ପୁରସ୍କାର ନୁହେଁ ତ! ଢୁ ଢୁ ବର୍ଷାରେ ବର୍ଷାକୁ ଖାତିର ନ କରି ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ସ୍ଥଳେ ସ୍ଥାନୀୟ ପୌରାଧକ୍ଷ ମହାଶୟ ରାସ୍ତା କାମ ଆରମ୍ଭରୁ ନିଜେ ଛିଡା ହୋଇ ରାସ୍ତା ନିର୍ମାଣର ଫଟ ଫେସବୁକରେ ପୋଷ୍ଟ କରି ବାହା ବାହା ନେବା ଚର୍ଚ୍ଚାର ବିଷୟ ପାଲଟିଛି କ୍ଷ ପୂର୍ତ୍ତ ବିଭାଗର ରାସ୍ତା କାମରେ ପୌରପରିଷଦର କୌଣସି ଭୂମିକା ନ ଥିବା ସ୍ଥଳେ ନଗରପାଳଙ୍କ ବାହା ବାହା ନେବାକୁ ନା ପସନ୍ଦ କରିଛନ୍ତି ଗ୍ରାମବାସୀ । ଯେଉଁ ସମୟରେ ରାସ୍ତା କାମକୁ ନେଇ ପୌରାଧକ୍ଷଙ୍କ ନିକଟରେ ଗ୍ରାମବାସୀ ଗୁହାରି କରିଥିଲେ ସେତେବେଳେ, ସେ ପୂର୍ତ୍ତ ବିଭାଗର କାମ କହି ବୃକ୍ଷେପ କରିଥିଲେ କ୍ଷ ପୂର୍ତ୍ତ ବିଭାଗର ଏହି ରାସ୍ତା କାମକୁ ନା ପସନ୍ଦ କରିଛନ୍ତି ଗ୍ରାମବାସୀ ବର୍ଷାରେ ରାସ୍ତା କାମ ହେଲେ ଏହି ରାସ୍ତାର ଆୟୁଷ ଉପରେ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଏହି ରାସ୍ତା କାମ କାହା ସ୍ୱାର୍ଥରେ ଜନସାଧାରଣଙ୍କ ନା ଠିକାଦାରଙ୍କ ସ୍ୱାର୍ଥରେ । ତେବେ ଏହି କାର୍ଯ୍ୟ ହେଉଥିବା ବେଳେ ବିଭାଗୀୟ କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା ।