ପୂର୍ବତନ ଜିଲ୍ଲାପାଳ ବିରୋଧରେ ମାମଲା ଦେଲା ବିଜେଡି

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର  ମଙ୍ଗଳ ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ହଷ୍ଟେଲ ସାମଗ୍ରୀ କିଣାରେ କୋଟିଏରୁ ଉର୍ଦ୍ଧ ଟଙ୍କାର  ଦୁର୍ନୀତି ଅଭିଯୋଗ ନେଇ ନବରଙ୍ଗପୁର ଭିଜିଲାନ୍ସରେ ପୂର୍ବତନ ଜିଲ୍ଲାପାଳ ଓ ବର୍ତ୍ତମାନ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରିଲେ ପ୍ରଦୀପ ମାଝୀ  । ପୂର୍ବରୁ ଏ ସମ୍ବନ୍ଧରେ ପ୍ରେସ ମିଟ କରି ଜିଲ୍ଲା ମଙ୍ଗଳ ବିଭାଗର ହଷ୍ଟେଲ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ  । ଅଭିଯୋଗ ଆଣିବାର ମାସାଧିକ କାଳ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିବାରୁ ପ୍ରତିବାଦରେ ଆଜି ଭିଜିଲାନ୍ସରେ ମାମଲା ଦାୟର କରିଛନ୍ତି ପ୍ରଦୀପ ମାଝୀ । ଯଦି ଭିଜିଲାନ୍ସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣନକରେ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ ମାଝୀ  ।