ଆଇଓସିଏଲ୍ ପକ୍ଷରୁ ୪୦୮ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଉପକରଣ ପ୍ରଦାନ

 ବଡ଼ସାହି : ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଓ (ଆଲିମକୋ) ଏଏଲଆଇଏମସିଓ ର ମିଳିତ ଆନୁକୁଲ୍ୟରେ ଏବଂ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ବଡ଼ସାହି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଆଇଓ ସିଏଲ୍ ଡିଜି ଏମ ପି କେ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏବଂ ନିମନ୍ତ୍ରିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ମିନତୀ ସିଂ, ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ବିଡ଼ିଓ ବନୋଜା ଦାସ ଯୋଗଦେଇ ମାଗଣା ଉପକରଣ ପ୍ରଦାନ କରିଥିଲେ । ଏଥିରେ ସମୁଦାୟ ୪୦୮ ଜଣଙ୍କୁ ପ୍ରଦାନ କରିବାକୁ ଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୧୩୭ ଦିବ୍ୟାଙ୍ଗ ମଧ୍ୟରୁ ୯୭ ଜଣଙ୍କୁ ଏବଂ ବରିଷ୍ଠ ନାଗରିକ ୨୭୧ ମଧ୍ୟରୁ ୧୨୭ଜଣଙ୍କୁ ଦିଆଯାଇଥିବା ବ୍ଲକ୍ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପୁଥାଳ ସମୁଦାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ କର୍ମଚାରୀମାନେ ସହଯୋଗ କରିଥିଲେ ।