ଭକ୍ତ କବି ବଳରାମ ଦାସଙ୍କ ମହାପ୍ରୟାଣ ଦିବସ          

 ଗୋପ: ପବିତ୍ର ତ୍ରିବେଣୀ ଅମାବାସ୍ୟାର ସାରସ୍ୱତ ସନ୍ଧ୍ୟାରେ ଭକ୍ତ କବି ବଳରାମ ଦାସଙ୍କ ଜନ୍ମପୀଠ ତଥା ଗୁପ୍ତ ଶ୍ରୀକ୍ଷେତ୍ର ଏରବଙ୍ଗରେ  ବଳରାମ ଦାସଙ୍କ ମହାପ୍ରୟାଣ ଅନୁଷ୍ଠିତ ହୋଇଯାଇଛି  । ଭକ୍ତ କବି ବଳରାମ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ବଳରାମ ଜୀଉ ମନ୍ଦିର ପରିସରରେ ଓଡିଶା  ସାହିତ୍ୟ ଏକାଡେମୀ ଓ ବଳରାମ ଦାସ  ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ ଏହି ଦିବସ ପାଳନ କରାଯାଇଥିଲା ।  ଭକ୍ତ କବି ବଳରାମ ଦାସ ସ୍ମୃତି ସଂସଦ କମିଟିର ସଭାପତି ପ୍ରଦୀପ୍ତ କୁମାର ମହାନ୍ତି ଏଥିରେ ସଭାପତିତ୍ୱ କରିଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡକ୍ଟର ଅସିତ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନନୀୟ ଅତିଥିଭାବେ ଡାକ୍ତର ଅଂଶୁମାନ କର, ଶିକ୍ଷାବିତ୍ ପୁନେଶ କୁମାର ସେନାପତି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତି୍ୟକ ଡ. ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ । ଗୋପ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ ମଞ୍ଚ ପରିଚାଳନା କରିଥିବାବେଳେ ନରେଶ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଭାଗିରଥି ନାୟକ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଦାୟିତ୍ୱରେ ଥିବାବେଳେ କାର୍ଯ୍ୟକ୍ରମ ଶେଷରେ ଗୋପିନାଥ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଉସôବରେ ଡ. ରମାକାନ୍ତ ନାୟକଙ୍କ ଦ୍ୱାରା ଲିଖିତ "କହଇ ବଳରାମ ଦାସ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପ୍ରତ୍ୟେକ ବର୍ଷ ୫୦ରୁ  ଉଦ୍ଧ୍ୱର୍ ସାଧୁ ସନ୍ଥ ମାନଙ୍କ ଉପସ୍ଥିତିରେ ବଳରାମ ଦାସଙ୍କ ଜୀବନୀ, ସାହିତ୍ୟ ଓ ଭକ୍ତି ଭାବନା ଉପରେ ମନ୍ଦିର ପରିସରରେ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହିତ, ଭଜନ କୀର୍ତ୍ତନ କରାଯାଇ ଜନ୍ମପୀଠ ଗୁପ୍ତକ୍ଷେତ୍ର ଏରବଙ୍ଗଠାରେ ଏକ ସାହିତ୍ୟ ଆସର କରାଯାଇଥାଏ  ।