ଶ୍ରୁତି ପାଇଲେ ପ୍ରମିଳା ପଟ୍ଟନାୟକ ସମ୍ମାନ
ନବରଙ୍ଗପୁର : ନବରଙ୍ଗପୁର ସହରର ସର୍ବ ପୁରାତନ ଶ୍ରୀ କୁଞ୍ଜ ବିହାରୀ ମଠ ତଥା ମାତା ମଠରେ ଆୟୋଜନ ହୋଇଯାଇଛି ସ୍ମୁତି ସମ୍ମାନ କାର୍ଯ୍ୟକ୍ରମ । ନାରୀ କବି, ଅଭିନେତ୍ରୀ, କୃଷ୍ଣ ପ୍ରେମୀ ସ୍ୱର୍ଗତ ପ୍ରମିଳା ପଟ୍ଟନାୟକ ସ୍ମୃତି ଉଦେ୍ଦଶ୍ୟରେ ପ୍ରତି ମାସ ପ୍ରଥମ ରବିବାରରେ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ । ଆଜି ମହାମନ୍ତ୍ର ଉଚ୍ଚାରଣ ଏବଂ ମୃଦଙ୍ଗ ଗିନି ଝାଞ୍ଜ ଶବ୍ଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁଶ୍ରୀ ଶ୍ରୁତୀ ସାହୁ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇ ଥିବାରୁ କୁଞ୍ଜ ବିହାରୀ ମଠର ସର୍ବୋଚ୍ଚ ସମ୍ମାନ "ନାରୀ କବି ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ - ୨୦୨୫’ରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ଆର୍ଥିକ ରାଶି ପ୍ରଦାନ ସହ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଖୁସି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ଡ ରାଧାନାଥ ବେହେରା, ସମାଜସେବୀ ଗୋପବନ୍ଧୁ ବିଷୋୟୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ମାନପତ୍ର ସହିତ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନାଟ୍ୟକାର ଜଗନ୍ନାଥ ବେହେରା ସଂଯୋଜନା କରିଥିଲେ । ଏଥିରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଭ୍ୟା ଜେମାମଣି ବିଷୋୟୀ, ସଙ୍ଗୀତଜ୍ଞ ଭାନୁ ମହାପାତ୍ର, ବିକ୍ରମ ନନ୍ଦ, କୃଷ୍ଣ ଦାସ, ବୈଦେହି ପଣ୍ଡା, ପ୍ରବଚକ ଦାଶରଥି ପଟ୍ଟନାୟକଙ୍କ ପ୍ରମୁଖ ଯୋଗଦେଇଥିଲେ ।