ଆଇନ ସଚେତନତା ଶିବିର
ପଟ୍ଟାମୁଣ୍ଡାଇ : ନିମପୁର ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ପୋସ୍କ ଆକ୍ଟ ବିଷୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ନୂତନ ଅତିରିକ୍ତ ଜିଲ୍ଲା କୋର୍ଟ ଜଜ (ଏଡ଼ିଜେ) ବିଦ୍ୟାଧର ପୃଷ୍ଟିଙ୍କ ସଭାପତିତ୍ୱରେ ଏବଂ ସିନିୟର୍ ସିଭିଲ୍ ଜଜ୍ ତଥା ତାଲୁକ୍ ଆଇନ ସେବା ସମିତିର ଅଧ୍ୟକ୍ଷା ସୁଶ୍ରୀସଙ୍ଗୀତା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ପଟ୍ଟାମୁଣ୍ଡାଇ ବାର ଆସୋସିଏସନ୍ର କୋଷାଧ୍ୟକ୍ଷ ଫ୍ରଣ୍ଟ ଅଫିସ ରିଟେନର ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁ, ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ସିଭିଲ୍ ବିଚାରପତି ତଥା ଜେଏମଏଫସିଡ଼ିକେ ବାଲ୍କ୍ରିଷ୍ଣ, ପଟ୍ଟାମୁଣ୍ଡାଇ ବାର ଆସୋସିଏସନ୍ର ଉପସଭାପତି ସୁରେଶ କୁମାର ନରେନ୍ଦ୍ର, ଆଇନ୍ଜୀବୀ ବିଜୟ କୁମାର ରାଉତ, ପଟ୍ଟାମୁଣ୍ଡାଇର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ଯୋଗ ଦେଇ ପୋସ୍କ ଆକ୍ଟ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ତାଲୁକ ଆଇନ ସେବା ସମିତି ପଟ୍ଟାମୁଣ୍ଡାଇ ପକ୍ଷରୁ ନିମପୁର ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ରାଏ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।