ମହେଶ୍ୱର ମହାନ୍ତିଙ୍କ ଜୟନ୍ତୀ

ପୁରୀ: ମହେଶ୍ୱର ମହାନ୍ତି ସ୍ମୃତି କମିଟି ପକ୍ଷରୁ ଦିବଙ୍ଗତ ନେତା ୬୯ ତମ ପାଳନ କରାଯାଇଛି । ଏହି ଉପଲକ୍ଷେ ସକାଳ ସାଢେ ୮ଟା ସମୟରେ ସିଂହଦ୍ୱାର ସମ୍ମୁଖରେ ତାଙ୍କର ଦିବଙ୍ଗତ ଆତ୍ମାର ସଦ୍ଗତି ଓ ବିଜୁ ଜନତା ଦଳର ଉତ୍ତୋରତ୍ତୋର ଉନ୍ନତି କାମନାକରି ମହାପ୍ରଭୁଙ୍କ ଉଦେ୍ଦଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।  ବିଜୁ ଜନତା ଦଳର ନଗର ସଭାପତି ସବ୍ୟସାଚୀ ମହାପାତ୍ର, ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ପୂର୍ବତନ କାଉନସିଲର ଭକ୍ତଚରଣ ଦାସ, ଦେବେନ୍ଦ୍ର ସାହୁ, ସରସ୍ୱତୀ ସାହୁ, ଜଗନ୍ନାଥ ଗୋଚ୍ଛିକାର, ପ୍ରଦୀପ୍ତ ନାୟକ, ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀପ୍ରକାଶ ମିଶ୍ର, ବିଜେଡି ଉପସଭାପତି ପିତବାସ ନାୟକ, ମିଶନ ଶକ୍ତି ସଭାପତି ଦୀପ୍ତିରେଖା ରାଉତରାୟ, ଯୁବନେତା ରମେଶ ପ୍ରହରାଜ, ସରୋଜ ନାୟକ, ଶକ୍ତିପ୍ରସାଦ ରଥ, ତାପସ ପଟ୍ଟନାୟକ, ରଜେଶ ରଥ, ବିଭୂତି ସେଠୀ, ଘନଶ୍ୟାମ ମର୍ଦ୍ଦରାଜ, ବାଦଲ ପ୍ରଧାନ, ସରକାରୀ ଓକିଲ ନୀଳକଣ୍ଠ ନାୟକ, ରବୀନ୍ଦ୍ର ବିଶୋଇ, ବୀରେନ୍ଦ୍ର ହୋତା, ଜିଲ୍ଳା ପରିଷଦ ସଦସ୍ୟ ମାମିନା ଦାସ, ସୁଧାଂଶୁ ମହାନ୍ତି, ଓଡ଼ି କ୍ରିଷ୍ଣା, ଅମୃତ ମିଶ୍ର ପ୍ରମୁଖ ଶତାଧିକ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ଗୁଣ୍ଡିଚା ମନ୍ଦିର ନିକଟରେ ନୀଳାଚଳ ଅଟୋରିକ୍ସା କମିଟି ପକ୍ଷରୁ ଦହି ସର୍ବତ ଓ ମାଳିଜାଗା ସମ୍ମୁଖରେ ୨୪ନମ୍ବର ମିଶନ ଶକ୍ତି ତରଫରୁ ଦହି ସର୍ବତ ବଣ୍ଟନ କରାଯାଇଥିଲା । ଏହି ସେବାମୂଳକ କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ତଥା ପୁରୀ ବିଧାୟକ ସୁନୀଲ ମହାନ୍ତି ଯୋଗଦାନ କରିଥିଲେ । ପରେ ନରେନ୍ଦ୍ର କୋଣ ସ୍ଥିତ ବାଳାଶ୍ରମର ଅନ୍ତେବାସୀମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।