କୀଟନାଶକ ପିଇ ଯୁବକ ମୃତ
ନୂଆପଡା : ଜଣେ ଯୁବକ କୀଟ ନାଶକ ଔଷଧ ଖାଇ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, ପଡୋଶୀ ଛତିଶଗଡ଼ ଦେଓଭୋଗ ବ୍ଲକ ଇଦାଗାଓଁ ଥାନାର ପ୍ରକାଶ ୟାଦବ (୪୫) କୌଣସି କାରଣରୁ କୀଟନାଶକ ବିଷ ପାନ କରିଦେଇଥିଲେ । ଆଜି ପରିବାର ପକ୍ଷରୁ ଖଡ଼ିଆଳ ସ୍ଥିତ ମିଶନ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ମିଶନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିଶନ ଡାକ୍ତର ଖଡ଼ିଆଳ ପୁଲିସକୁ ଖବର ଦେଲା ପରେ ଖଡ଼ିଆଳ ପୁଲିସ ଛତିଶଗଡ଼ ରାଜ୍ୟ ଇନ୍ଦାଗାଓଁ ପୋଲିସକୁ ଖବର ଦେବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।