ଆଇନ୍ ସଚେତନତା କାର୍ଯ୍ୟକ୍ରମ

 ଆନନ୍ଦପୁର : ଆନନ୍ଦପୁର ତାଲୁକ୍ ଆଇନ୍ ସେବା ସମିତି ପକ୍ଷରୁ ସ୍ଥାନୀୟ ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ (ଯନô ଓ ସୁରକ୍ଷା) ଓ ସମସ୍ତ ଶିଶୁଙ୍କ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଆଇନ ସମ୍ପର୍କରେ ଶିଶୁଙ୍କୁ ସଚେତନ କରାଯାଇଥିଲା । ସ୍ୱତନ୍ତ ସରକାରୀ ଅଧିବକ୍ତା ବାଇଧର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ  ଦେବଦତ୍ତ ଦାସ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜରେ ସବୁ ବର୍ଗର ଶିଶୁ ତଥା ଅବହେଳିତ ନିଷ୍ପେସିତ ଶିଶୁଙ୍କୁ ଶିକ୍ଷାଅଧିକାର ଆଇନ୍ ଅନୁଯାୟୀ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତଅତିଥି ଭାବରେ ଆନନ୍ଦପୁର ସବ୍ ଜଜ୍ ଗୌରବ ପୁରୋହିତ ଯୋଗ ଦେଇଥିବାବେଳେ, ଅନ୍ୟତମ ସମ୍ମାନିତଅତିଥି ଭାବେ ଉପଖଣ୍ଡ ନ୍ୟାୟିକ ବିଚାରପତି ଗୌରୀଶଙ୍କର ପଣ୍ଡା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ସମାଜରେ ବଢୁଥିବା ଆତ୍ମହତ୍ୟା ପରି ମାନସିକ ରୋଗରୁ ମୁକ୍ତ ରହିବାପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଆନନ୍ଦପୁର କୋର୍ଟ ଆଇନଜୀବୀ ହେମରଞ୍ଜନ ବେହେରା, ଅଧିବକ୍ତା ଭାଗୀରଥି ଦାଶ, ତାଲୁକ୍ ଆଇନସେବା କାର୍ଯ୍ୟାଳୟ ଅଧିବକ୍ତା ସସ୍ମିତା ସାହୁ ପାରା ଲିଗାଲ୍ ସ୍ୱେଚ୍ଛାସେବୀ ଜୋତିରଞ୍ଜନ ଜେନା ଯୋଗଦେଇଥିଲେ । ଆଇନ ସହାୟତା ସମିତିର କର୍ମଚାରୀ ଦେବାଶୀଷ ବେହେରା ଓ ନବକିଶୋର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ରଞ୍ଜନ ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ ।