ପୌରପରିଷଦର ଠିକାଦାର ପୋଷା ନୀତି: ଫେଭର ବ୍ଲକ ରାସ୍ତା ନିର୍ମାଣରେ ଅନିୟମିତତା

 ଖୋର୍ଦ୍ଧା:  ସହରକୁ ସରସ ସୁନ୍ଦର କରିବା ଅଳରେ ଠିକ ସଂସ୍ଥାକୁ ପୋଶୁଛି ଖୋର୍ଦ୍ଧା ପୌରପରିଷଦ । ଯାହାର ଫାଇଦା ଅସଧୁ କର୍ମଚାରୀ ଓ ଠିକ ସଂସ୍ଥାର ମିଲିଭଗତରେ ଚାଲିଛି । ଯାହାର ପ୍ରମାଣ ସ୍ୱରୂପ ଦେଖିବାକୁ ମିଳିଛି ଖୋର୍ଦ୍ଧା ପୌରପରିଷଦର ୨୨ ନଂ ୱାର୍ଡରେ । ସହର ମଧ୍ୟରେ ଥିବା ସବୁ ବସ୍ତି ଅଂଚଳରେ ସହରକୁ ଦୁନ୍ଦର କରିବା ନିମନ୍ତେ ପୌରପରିଷଦ ପକ୍ଷରୁ ରାସ୍ତା ଗୁଡିକୁ ଫେଭର ବ୍ଲକ ବିଛାଇ ସୁନ୍ଦର କରିବା ଯୋଜନା ହାତକୁ ନେଇଛି । ତେବେ ଦୁଃଖ ଓ ପରିତାପର ବିଷୟ ପୌରପରିଷଦ ଅଧିକାରୀ କାର୍ଯ୍ୟ ବଣ୍ଟନ କରିଦେଇ ନିଜର ଦଋଲତ୍ୱକୁ ସାରି ଦେଉଥିବା ବେଳେ, ବିଲ୍ କରିବା ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି କି ନାହିଁ ଏବଂ ସଠିକ ଭାବରେ ହୋଇଛି କି ନାହିଁ ତାହାର ତଦାରଖ କରୁନି । ଯାହାଫଳରେ ଖୋର୍ଦ୍ଧା ସହର ମଧ୍ୟରେ ଠିକ ସଂସ୍ଥାଙ୍କ ଦ୍ୱାରା ହେଉଥିବା କାର୍ଯ୍ୟ ଗୁଡିକ ଅତି ନିମ୍ନମନର ଭାବରେ ହେଉଥିବା ସାଧାରଣରେ ଦାବି ହେଉଛି । ଅଞ୍ଚଳବାସୀଙ୍କ ସୂଚନନୁଯାଇ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖୋର୍ଦ୍ଧା ପୌର ପରିଷଦ ଅଧିନସ୍ଥ ୨୨ ଗୋଟି ୱାର୍ଡର ଅଧିକାଂଶ ସ୍ଥାନରେ ୨୦୨୪ ମସିହାରେ ଜନ ସାଧାରଣଙ୍କ ଗମନା ଗମନର ସୁବିଧା ନିମନ୍ତେ ଫେଭର ବ୍ଲକ୍ ଦ୍ୱାରା ରାସ୍ତା ନିର୍ମାଣ କରାଯାଇଥିଲା । ନିର୍ଦ୍ଧିଷ୍ଟ କିଛି ହାତ ଗଣତି ଠିକାଦାର ଏହି ପେଭର ବ୍ଲକ ରାସ୍ତା ନିର୍ମାଣ କାର୍ଯ୍ୟ କରିଥିବା ବେଳେ, ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବାର ଏକ ବର୍ଷ ମଧ୍ୟରେ ରାସ୍ତା ସବୁରୁ ଫେଭର ବ୍ଲକ ଗୁଡିକ ଉଠି ଏଣେତେଣେ ପଡିଥିବା ଦେଖିବାକୁ ମିଳୁଛି । ଯାହାର ପ୍ରମାଣ ସ୍ୱରୂପ ଖୋର୍ଦ୍ଧା ପୌରପରିଷ ଅଧିନସ୍ଥ ୧୪ ନଂ ୱାର୍ଡ ବରୁଣେଇ ସାହିରେ ପଡିଥିବା ଫେବର ବ୍ଲକକୁ ଦେଖିଲେ ସହଜରେ ଅନୁମାନ ହେଉଛି । ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେହି ସ୍ଥାନରେ ସର୍ବସାଧାରଣଙ୍କ ସୂଚନା ନିମନ୍ତେ ଏକ ସୂଚନାଫଳକ ଲଗାଇ ପରବର୍ତ୍ତୀ ସମୟରେ ସେଠାରୁ ସୂଚନା ଫଳକକୁ କାଢି ନେଇଥିବା ସାଧାରଣରେ ଅଭିଯୋଗ ହେଉଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ଦିନ ଠାରୁ ୩ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସମ୍ପୃକ୍ତ ଠିକାଦାର ଉତ୍ତରଦାୟୀ ହେବା ନେଇ ଚୁକ୍ତି ନାମାରେ ସ୍ୱାକ୍ଷର ହୋଇଥାଏ । ତେବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ୧୪ ନଂ ୱାର୍ଡରେ । ଏହି ଫେଭର ବ୍ଲକ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ, ଏଥିପ୍ରତି ସମ୍ପୃକ୍ତ ଠିକାଦାର ଏବଂ ପୌରପରିଷଦ କର୍ତ୍ତୃପକ୍ଷଙ୍କ ଉଦାସୀନ ମନଭାବ ହେଉ କିମ୍ବା ବିଭାଗର ଅସାଧୁ କର୍ମଚାରୀଙ୍କ ହାତ ସଫେଇ କାର୍ଯ୍ୟ ଯୋଗୁଁ ଏହି ଅବସ୍ଥା ସହର ମଧ୍ୟରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।