ଆଇପିଏସ ପ୍ରଶିକ୍ଷାର୍ଥୀଙ୍କ ପାରାଦୀପ ବନ୍ଦର ପରିଦର୍ଶନ

ପାରାଦୀପ : ଭାରତୀୟ ପୁଲିସ ସେବା (ଆଇପିଏସ) ପ୍ରଶିକ୍ଷାର୍ଥୀଙ୍କ ଏକ ୨୬ ଜଣିଆ ଦଳ ସୋମବାର  ଦୁଇ ଦିନିଆ ପାରାଦୀପ ବନ୍ଦର  ଗସ୍ତରେ ଆସି ପହଞ୍ଚିଛନ୍ତି  । ଏହି ଗସ୍ତ ସମୟରେ ସେମାନେ ଓଡିଶା ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ଏବଂ ପାରାଦୀପ ବନ୍ଦର ପରିଚାଳନା ସମ୍ପର୍କରେ  ସବିଶେଷ ଜ୍ଞାନ ଆହରଣ କରିବେ  । ପ୍ରଥମ  ଦିନ ଏହି ଆଇପିଏସ ପ୍ରଶିକ୍ଷାର୍ଥୀ ମାନେ ପାରାଦୀପ ସ୍ଥିତ ଭାରତୀୟ ତଟରକ୍ଷୀ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ସାମୁଦ୍ରିକ ସୁରକ୍ଷା ଏବଂ ତଟ ରକ୍ଷୀ ବାହିନୀର କାର୍ଯ୍ୟ ଶୈଳୀ ବିଷୟରେ ଅବଗତ ହୋଇଥିଲେ  । ଏହାପରେ ସେମାନେ ପାରାଦୀପ ବନ୍ଦର ପ୍ରାଧିକରଣ ପ୍ରଶାସନିକ ଭବନରେ ପହଞ୍ଚିବା ପରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ସେମାନଙ୍କୁ ସ୍ୱାଗତ କରିବା ସହିତ ବନ୍ଦର ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ  ।