ବାଇକ ଦୁର୍ଘଟଣାରେ ଯୁବକ ମୃତ

 ରାଜନଗର : ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ବାଘତୈ÷ଳା(ଜଳିଛକ) ନିକଟରେ ଜଣେ ଯୁବକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି  । ମୃତ ଯୁବକ ଜଣକ ହେଲେ ଘଡିଆମାଳ ଗ୍ରାମର ମାନଗୋବିନ୍ଦ ଭୂୟାଁଙ୍କ ବଡପୁଅ ମହେନ୍ଦ୍ର ଭୂୟାଁ(୨୨)  । ଦୃତ ଗତିରେ ଜରିମୂଳରୁ ରାଜନଗରକୁ ଆସୁଥିବା ସମୟରେ ବାଘତୈ÷ଳା(ଜଳିଛକ) ନିକଟରେ ଭାରସାମ୍ୟ ହରାଇ ଆର-୧ ବାଇକ ନଂ-ଓଡି୨୯ଏମ୯୯୫୪ ସହ ମହେନ୍ଦ୍ର ରାସ୍ତା ତଳକୁ ଖସିପଡି ନାଳରେ ପଡି ଯାଇଥିଲେ ।  ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଁଞ୍ଚି ମହେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ  ।