ଦେବସ୍ନାନ ମଣ୍ଡପରେ ଗଜାନନ ବେଶ


ଓଡ଼ିଆମାନଙ୍କ ଇଷ୍ଟ ଦେବତା ଶ୍ରୀଜଗନ୍ନାଥ  । ଓତିଶାର ଜନ ଜୀବନରେ ସେହିଁ କେବଳ ଓତପ୍ରୋତ ଭାବେ ଜଡ଼ିତ  ।  "ବାରମାସେ ତେର ଯାତ, ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ’  । ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ବିଭିନ୍ନ ପର୍ବପର୍ବାଣି ଓ ଯାତ୍ରାର ସାର୍ବଜନୀନ ପ୍ରତିରୂପର ସେହିଁ ହେଉଛନ୍ତି କେନ୍ଦ୍ର ବିନ୍ଦୁ , ମୂଳ ଆଧାର  । ବହୁ ଦେବ ଦେବୀଙ୍କର ଆରାଧନା, ବିଭିନ୍ନ ଧର୍ମର ସ୍ରୋତ ପ୍ରଭାବିତ ସେ କେବଳ ସବୁର ମୂଳ ଉସô , ଓଡ଼ିଆ ସଂସ୍କୃତିର ପ୍ରେରଣା ଦାତା ଓ ରକ୍ଷାକର୍ତ୍ତା  । ଏହି କାରୁଣିକ ଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ “ ଦ୍ୱାଦଶ ଯାତ୍ରା” ଅଥାର୍ଥ ଦେବସ୍ନାନ ପୂର୍ଣ୍ଣିମା ହେଉଛି ପ୍ରଧାନ  ।  ଲୋକନାଥ ବିଦ୍ୟାଧରଙ୍କ ଭାଷାରେ:“ ସ୍ନାନ ଗୁଣ୍ଡିଚା ଶୟନ ଯାତ୍ରା ଅନ୍ତେ ଅୟନ,/ ପାରୁଣ ପରିବର୍ତ୍ତନ ଉତ୍ଥାପନ ଓଢଣ/ ମକର, ଅଭିଷେକ, ଦୋଳ, ଦମନ, ଚନ୍ଦନ ୟେ ରୂପେ ଦ୍ୱାଦଶ ଉସôବ ୟେକେ ୟେକେ ସଂଘନ  ।” 
ଓଡ଼ିଆ ସାହିତ୍ୟରେ ବିଭିନ୍ନ ସୃଜନଶୀଳ ସାହିତ୍ୟକଗଣ  ନିଜର ଲେଖନୀ ଦ୍ୱାରା ଜଗନ୍ନାଥଙ୍କ ମହିମାକୁ ପ୍ରଭାବଶାଳୀ କରିଆସିଛନ୍ତି  । କାରଣ ଯୁଗେ ଯୁଗେ ଶ୍ରୀଜଗନ୍ନାଥ ଓଡ଼ିଶାର ଇଷ୍ଟ ଦେବତା ଭାବେ ପ୍ରତିଭାତ  । ଓଡ଼ିଆମାନଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର  । ତାଙ୍କର ଦେଉଳ ବଡ଼ ଦେଉଳ, ତାଙ୍କର ଦାଣ୍ଡ ବଡ଼ ଦାଣ୍ଡ  । ତାଙ୍କର ଭୋଗ ମହାପ୍ରସାଦ, ସିଂହାସନ ରନôସିଂହାସନ, ଦୀପ ମହାଦୀପ  । ଏପରିକି ତାଙ୍କର ବାନା ପତିତପାବନ, ବାଲି ଶରଧା ବାଲି  ।
ଓଡ଼ିଆ ଜନ ଜୀବନର ପ୍ରାଣ କେନ୍ଦ୍ର ଏହି ବଡ଼ ଠାକୁର  । ସେହି ବଡ଼ଠାକୁରଙ୍କ ସ୍ନାନ ଯାତ୍ର ।  । ଜ୍ୟେଷ୍ଠ ପୂର୍ଣ୍ଣିମା ଶ୍ରୀମନ୍ଦିରର ପ୍ରସିଦ୍ଧ ପର୍ବ ବାସର  । ଏହା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ପବିତ୍ର ସ୍ନାନ ଯାତ୍ରା ପାଇଁ ପ୍ରଶସ୍ତ କ୍ଷେତ୍ର  । ଓଡ଼ିଶାରେ ଜ୍ୟେଷ୍ଠପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ଭାରତ ପଞ୍ଜିକାରେ ଉକ୍ତ ତିଥି ଦେବ ସ୍ନାନ ପୂର୍ଣ୍ଣିମା ଭାବରେ ପରିଚୟ ବହନ କରିଛି  । ଏହି ସ୍ନାନ ସାଂଗକୁ ଜଗନ୍ନାଥଙ୍କର ମନଲୋଭା ‘ଗଜାନନ ବେଶ’ । ଜଗନ୍ନାଥ ସ୍ନାନ ଉସôବ ପରେ ଗୃହକୁ ଯାତ୍ରା କରନ୍ତି  । ଦେବସ୍ନାନ ଉସôବ ସଂପର୍କରେ ଓଡ଼ିଶାର ପ୍ରଖ୍ୟାତ ଧର୍ମଗ୍ରନ୍ଥ ଗଦାଧର ପଦ୍ଧତିରେ ଯାତ୍ରା ଓ ତାର ପ୍ରଭାବ ଉଲ୍ଲେଖ ରହିଛି  । ଏପରିକି ଜ୍ୟେଷ୍ଠ ପୂର୍ଣ୍ଣିମାକୁ ‘ଶ୍ରୀଜଗନ୍ନାଥ ଦିବସ' ରୂପେ ଉଲ୍ଲେଖ ରହିଛି  । ରୀତିନୀତି ଅନୁଯାୟୀ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ସ୍ନାନ ବେଦୀ ଉପରକୁ ଆସନ୍ତି  । ସୁନା କୂଅରୁ ୧୦୮ ଗରା ଜଳ ଅଣାଯାଇ ବିଧି ଅନୁସାରେ ଠାକୁରମାନଙ୍କୁ ସ୍ନାନ କରାଯାଏ  । ତତ୍ପରେ ତିନି ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ  ।
 ପୁରାଣ ଅନୁସାରେ ସ୍ନାନ କରାଯାଏ  । କହିବାକୁ ଗଲେ ସର୍ବସାଧାରଣରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତୀବେଶ ଖୁବ୍ ଲୋକପ୍ରିୟ  । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି  । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ  । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ  । ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ  । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ  । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା  । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ  । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା  । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରିଲେ  । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ  । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି  ।
ପୁରୁଷୋତ୍ତମ ମହାତ୍ମ୍ୟ ସ୍କନ୍ଦ ପୁରାଣର ଅନ୍ୟତମ ବିଶିଷ୍ଟ ଅଂଶ  । ବ୍ରହ୍ମ ପୁରାଣ ଓ ନାରଦ ପୁରାଣରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସଂପୃକ୍ତ ପ୍ରସଂଗରେ ବିସ୍ତୃତ ବିବରଣୀ ରହିଛି  । ବିଶେଷ କରି ପୁରୁଷୋତ୍ତମ ମହାତ୍ମ୍ୟରେ ତାଙ୍କର ସୁପ୍ରସିଦ୍ଧ ଦ୍ୱାଦଶ ଯାତ୍ରାର ପ୍ରସଂଗ ଉଲ୍ଲେଖ ରହିଛି  । ପୁରୁଷୋତ୍ତମ ମହାତ୍ମ୍ୟ ଗ୍ରନ୍ଥରେ ସ୍ନାନ ପୁର୍ଣ୍ଣମୀ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବର ଶୁଭ ମୁହୂର୍ତ୍ତରେ ଓ ସେହି ଅବସରରେ ତାଙ୍କର ପୁଣ୍ୟ ସ୍ନାନ ସମାପିତ ହେବା ଉଚିତ ବୋଲି ରାଜା ଇନ୍ଦ୍ରଦୁ୍ୟମ୍ନଙ୍କୁ କୁହାଯାଇଛି  । ଶ୍ରୀହର୍ଷଙ୍କ ରଚିତ ନୈଷଧ ଚରିତରେ ଜଗନ୍ନାଥଙ୍କ ଏହି ସ୍ନାନ ଯାତ୍ରାର ସନ୍ଧାନ ମିଳେ  । ଡଃ ଗୋପୀନାଥ ମହାପାତ୍ରଙ୍କ ନୈଷଧ ଚରିତରେ ଶ୍ରୀଜଗନ୍ନାଥଙ୍କ ମହିମା ଉଲ୍ଲେଖ ରହିଛି  । ଦ୍ୱାଦଶ ଶତାବ୍ଦୀ ବେଳକୁ ଶ୍ରୀଜଗନ୍ନାଥଙ୍କ ମହିମା ଓଡ଼ିଶା ବାହାରେ ପ୍ରଶସ୍ତି ଲାଭ କରିଥିଲା  । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ରଚିତ ଜୀମୂତ ବାହାନଙ୍କ କାଳ ବିବେକରେ ସ୍ଥାନ ପାଇଛି ଯେ, ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶ୍ରୀପୁରୁଷୋତ୍ତମ ବ୍ରତ ପାଳନ କଲେ ଓ ଦର୍ଶନ କଲେ ପୁଣ୍ୟଫଳ ମିଳେ  । " ଜଗନ୍ନାଥ ପ୍ରଭୁ ସ୍ନାହାନ ମଣ୍ଡପରେ / ଲକ୍ଷେ ଯୋଡା ପାଣି ଢାଳନ୍ତି ମୁଖରେ  ।"
ସେହିଭଳି ସ୍ନାନ ବେଦୀ ଉପରେ ଶ୍ରୀଜଗନ୍ନାଥଙ୍କର ଗଜାନନ ବେଶ ସମ୍ପର୍କରେ  ଆଉ ଏକ ଚମକôାର କୌତୁହଳପ୍ରଦ କିମ୍ବଦନ୍ତୀ ସଂଶ୍ଳିଷ୍ଟ ରହିଛି  । ଶ୍ରୀଜଗନ୍ନାଥଙ୍କ ଅନ୍ତର୍ଯ୍ୟାମୀତ୍ୱ ବା ଭକ୍ତିର ମନ ଜାଣିବା ବିଶେଷତ୍ୱ ସେହି ପର୍ଣ୍ଣପତିଭଟ୍ଟ କିମ୍ବଦନ୍ତୀରେ ସ୍ପଷ୍ଟ  । ଏପରିକି ଶ୍ରୀଜଗନ୍ନାଥଙ୍କୁ ସାର୍ବଭୌମ ଶକ୍ତିଧାରୀ ଭଗବାନ ରୂପେ ପ୍ରତିପାଦନ କରିବା ପାଇଁ କିମ୍ବଦନ୍ତୀଟି ବେଶ୍ ପରିକଳ୍ପିତ  । ବାସ୍ତବରେ ଶ୍ରୀଜଗନ୍ନାଥଙ୍କ ସ୍ନାନ ବେଶର ତାତ୍ପର୍ଯ୍ୟ ସଂପର୍କରେ ଅଧ୍ୟାପକ ମିଶ୍ର ଯେଉଁ ଭିନ୍ନ ଲୌକିକ କାରଣଟି ଉପସ୍ଥାପନା କରିଛନ୍ତି, ମନେହୁଏ ତାହା ଅନେକାଂଶରେ ଅବଧାରଣୀୟ  । ଦାରୁବିଗ୍ରହଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଜଳ ସ୍ନାନ ବା ଅଭିଷିକ୍ତ କରାଇବା ପରେ ଜଳଧୌତ ଅସୁନ୍ଦର ଦିଶୁଥିବା ଚିତ୍ରିତ ବିଗ୍ରହଙ୍କୁ ଯେଭଳି, ଏକ ଦର୍ଶନୀୟ ମନମୁଗ୍ଧକର ବେଶରେ ବିମଣ୍ଡିତ କରାଯାଇଛି, ତାହାହିଁ ହୁଏତ ଗଜାନନ ବା ହସ୍ତୀବେଶ  । ଡକ୍ଟର ମହତାବ ଜଗନ୍ନାଥଙ୍କ ସ୍ନାନ ଉସôବକୁ ବୌଦ୍ଧ ଚେତନା ରୂପେ ଦର୍ଶାଇଛନ୍ତି  ।
 ତାଙ୍କ ଦୃଷ୍ଟିରେ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ବେଶ୍ ସମସ୍ତଙ୍କୁ ଆକୃଷ୍ଟ କରେ  । ପୂର୍ଣ୍ଣିମାର ପ୍ରଭାତ କାଳରେ ବିଗ୍ରହମାନଙ୍କୁ ପାରମ୍ପରିକ ରୀତିରେ ମହାସମାରୋହ ସ୍ନାନ ମଞ୍ଚକୁ ଅଣାଯାଏ  । ଯାହାକୁ ପହଣ୍ଡି କହିନ୍ତି  । ଏହି ପହଣ୍ଡି ବିଜେ ଦୁଇ ପ୍ରକାର ଯଥା ଧାଡ଼ି ପହଣ୍ଡି ଓ ଅନ୍ୟଟି ଗୋଟି ପହଣ୍ଡି  । ଧାଡ଼ି ପହଣ୍ଡିରେ ଦେବତାମାନେ ଜଣକ ପରେ ଜଣେ ଏକତ୍ର ବିଜେ ହେଉଥିବା ବେଳେ, ଗୋଟି ପହଣ୍ଡିରେ ଗୋଟିଏ ଦେବତା ଯଥା ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଦେବଦେବୀଙ୍କୁ ତାଙ୍କ ତାଙ୍କ ସ୍ଥାନରୁ ଅଣାଯାଏ  । ସେମାନଙ୍କୁ ବହୁବିଧ ଉପଚାର ମିଶ୍ରିତ ନିର୍ଦ୍ଧାରିତ କୂପଜଳରେ ସ୍ନାନ କରାଯାଏ  । ତା'ପରେ ବେଶ ବିନ୍ୟାସରେ ପ୍ରଭୁଙ୍କ ନିକଟରେ ଯଥା ବିଧି ଉପାସନା, ହୋମ, ନୈବେଦ୍ୟାଦି କରାଯାଏ  ।
ରାତିର ବିଳମ୍ବିତ ପ୍ରହରରେ ତିନିଠାକୁରଙ୍କ ସାମ୍ବସôରିକ କୃତ୍ୟ ଏକାଦି କ୍ରମେ ଜାରିି ରହେ  । ହଜାର ହଜାର ସଂଖ୍ୟାରେ ଦର୍ଶକ ଦର୍ଶନ କରିବାର ସୁଯୋଗ ପାଆନ୍ତି  । ସେ ଷାଠିଏ ପଉଟି ନୈବେଦ୍ୟ ଗ୍ରାହୀ, ଅବର୍ଣ୍ଣନୀୟ  ସେବା ପୂଜାର ଅଧିକାରୀ, ଅସାଧାରଣ ଶକ୍ତିର ପ୍ରତୀକ  । ତେଣୁ ସେହି ଅଲୌକିକ ଦେବ ବିଗ୍ରହଙ୍କୁ ଦର୍ଶନ କରିବା ଭକ୍ତ ହୃଦୟର ଏକ ଅବାରିତ ଆକାଂକ୍ଷା,  ସାଧାରଣ ସକଳ ନରନାରୀ ପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନ ଲଭିଥାନ୍ତି  । ଗୁହାରୀ ଶୁଣିବା ପାଇଁ ଦୁଃଖୀ ଦୁଃଖ ମୋଚନ କରିବା ପାଇଁ ତଥା ପାପୀ ପାପ ପ୍ରକ୍ଷାଳନ ପାଇଁ ପ୍ରତ୍ୟକ୍ଷ ଦର୍ଶନ ଦେବାଦୃଷ୍ଟିରୁ କରୁଣାମୟ ଭକ୍ତ ଭାବଗ୍ରହୀ ପ୍ରଭୁଙ୍କର ଏହା ଏକ ମନୋରମ ଯାତ୍ରା  । ମନେହୁଏ ରଥଯାତ୍ରାର ହୁଏତ ଏହା ଏକ ପ୍ରାକ୍ ପର୍ବ  । ଏସବୁ ସତ୍ତ୍ୱେ ସ୍ନାନ ଯାତ୍ରାରେ ଆର୍ଯେ୍ୟାତ୍ତର ଉପଚାର ଓ ଶବର ସଂସ୍କୃତିର ନିଦର୍ଶନ ବୋଲି କଦାପି ଅସ୍ୱୀକାର କରିହେବ ନାହିଁ  ।  ଶ୍ରୀଜଗନ୍ନାଥ ହେଉଛନ୍ତି କାଳରୂପୀ ଦେବତା  । ବିଶେଷ କରି ପ୍ରାଚୀନ ସମ୍ମୁଖୀ ସମୟର କାଳକୁ ସେ ଦମନ କରି ନବୀନ ଶୁଭଙ୍କର ସମୟ କାଳର ସଂକେତ ଭାବେ ସ୍ନାନ ପୂର୍ଣ୍ଣିମାରେ ଆବିର୍ଭୂତ ହୋଇଛନ୍ତି  । ସେହି ଦୃଷ୍ଟିରୁ ବର୍ଷା ଋତୁର ସମ୍ବସôର ଗଣନା ରୀତିରେ ବା ବର୍ଷାର ବର୍ଷ ହିସାବ ଧାରାରେ ଜଗନ୍ନାଥଙ୍କୁ ଏଠାରେ ଜଗନ୍ନାଥଙ୍କୂ ସଂଶ୍ଳିଷ୍ଟ କରାଯାଇଥିବା ଗବେଷକମାନଙ୍କ ମତ  । ସେ ନବ ବର୍ଷର ବା ନୂତନ କାଳର ଦ୍ୟୋତକ ରୂପେ ସ୍ନାନ ଉସôବରେ ଅଧିଷ୍ଠିତ  । ଏପରିକି ତାଙ୍କର ସ୍ନାନ ଯାତ୍ରା ପ୍ରାଚୀନର ବିଦାୟ ଓ ନବୀନର ଆଗମନୀ ସୂଚକର ପ୍ରତୀକ ପର୍ବ ବୋଲି ଧରାଯାଏ  । ତେଣୁ ଜଗନ୍ନାଥ କାଳ, ଜଗନ୍ନାଥ ସମ୍ବସôର ବା ଦେବ କାଳର ସାଂକେତିକ ପର୍ବ ହେଉଛି ସ୍ନାନ ଯାତ୍ରା ବା ସ୍ନାନ ପର୍ବ  ।
ଆମ ଦେଶରେ ବର୍ଷା ଋତୁରୁ ବର୍ଷ ଗଣନା ରୀତିରେ ଜଗନ୍ନାଥଙ୍କୁ ସଂଶ୍ଳିଷ୍ଟ କରାଯାଉଛି  । ସେ ନବ ବର୍ଷ କାଳର ଦ୍ୟୋତକ  । ଏହି ବର୍ଷ ଶବ୍ଦର ବୁ୍ୟତ୍ପତ୍ତି କ୍ରମରେ ବର୍ଷାର ତାତ୍ପର୍ଯ୍ୟ ନିହିତ  । ତେଣୁ ଉକôଳୀୟ ପରମ୍ପରାରେ ଏପରି ଅନୁସରଣ ଆଦୌ ବିଚିତ୍ର ନୁହେଁ  । ସୂକ୍ଷ୍ମ ଦୃଷ୍ଟିରୁ ବିଚାର କଲେ ସ୍ନାନ ଉସôବରେ ଜଗନ୍ନାଥଙ୍କ ଗଜାନନ ବେଶ ହିନ୍ଦୁ ପରଂପରାର ସ୍ମାରକୀ  । ପଞ୍ଚଉପସାନା ରୀତିରେ ଶ୍ରୀଗଣେଶ ସକଳ ମାଙ୍ଗଳିକ କୃତ୍ୟ ଓ ଉପାସନା ବିଧିର ଅଗ୍ରଦେବ ଭାବେ ପୂଜିତ  । ସେ ବିଘ୍ନ ବିନାଶକ  । ସେଭଳି ସାମ୍ବସôରିକ ଉସôବ ଆରମ୍ଭରେ ଜଗନ୍ନାଥ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଭାବେ ଗଜାନନ ବେଶ ଧାରଣା କରିବା ସ୍ୱାଭାବିକ ମନେହୁଏ  । ଆଚାର୍ଯ୍ୟ ଯୋଗେଶ ଚନ୍ଦ୍ରଙ୍କ ମତରେ ଶ୍ରୀଜଗନ୍ନାଥଙ୍କ ଯାତ୍ରା ସୌର ମଣ୍ଡଳୀୟ ଚେତନା ସଂଭୂତ ଲୌକିକ ଉସôବର ନିଦର୍ଶନ  । ଏହାର ପୃଷ୍ଠ ଭୂମିରେ ମହାବିଷୁବ ଚେତନାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି  । ତାଙ୍କ ମତରେ ଆକାଶରେ ସ୍ୱର୍ଗ ଗଙ୍ଗାର ଆବିର୍ଭାବ ହେଲେ ଜଗନ୍ନାଥଙ୍କ ସ୍ନାନ ଉସôବ ଆରମ୍ଭ ହୁଏ  । ତେଣୁ ଲୋକକଥାନୁସାରେ ଦେବତାଙ୍କ ବିଷ୍ଣୁ ଗଙ୍ଗା, ସ୍ୱର୍ଗଗଙ୍ଗା ସ୍ନାନର ପରିଚୟ ପ୍ରଦାନ କରେ  । ବାସ୍ତବରେ ଜ୍ୟେଷ୍ଠ ପୂର୍ଣ୍ଣିମା ଯଦି ପ୍ରାଚୀନ ଓ ନବୀନ ସମ୍ବସôର ସନ୍ଧିକ୍ଷଣ ହୁଏ, ତେବେ ପବିତ୍ର ସ୍ନାନ ଓ ଦେବାରାଧନା ସେହି ରୀତିରେ ବିଗତ ବର୍ଷର ଅଶୁଭ ଅମଙ୍ଗଳ ଓ ପାପ ରାଶି ଖଣ୍ଡନକାରୀ   । ପ୍ରକାରାନ୍ତରେ ନବାଗତ ପାଇଁ ତାହା ଶୁଭଙ୍କର ହୁଏ  ।
      ପାରମ୍ପରିକ ରୀତିରେ ଜଗନ୍ନାଥ ହେଉଛନ୍ତି ସାର୍ବଜନୀନ ସ୍ୱୀକୃତି ମଙ୍ଗଳମୟ ଓ ପୂଣ୍ୟ ପ୍ରଦାନକାରୀ  । ଅନୁରୂପ ଲୌକିକ ଚେତନା ଜଗନ୍ନାଥଙ୍କୁ ସ୍ପର୍ଶ କରିବା ବିଚିତ୍ର ନୁହେଁ  । କାରଣ ଜଗନ୍ନାଥ ମଧ୍ୟଜନତାର ପ୍ରତିନିଧି  । ସେ ଉଭୟ ଦେବତା ଓ ମାନବ  । ଯୋଗେଶ ଚନ୍ଦ୍ର ନିର୍ଦ୍ଧାରଣ କରିଛନ୍ତି ଜ୍ୟେଷ୍ଠ ମାସର ଶୁକ୍ଳ ଦଶମୀ ଶାସ୍ତ୍ର ପୃଷ୍ଠାରେ ଦଶହରା ବା ଗଂଗା ଦଶହରା ପର୍ବର ପରିଚୟ ବହନ କରିଥାଏ  । ଭାରତୀୟ ଲୋକ ପରମ୍ପରାରେ ଏହା ଅନୁସୃତ ହୁଏ  । ଦଶମୀ ଠାରୁ ବିଷୁବ ପରି ନବବର୍ଷରେ ପଶିଲେ ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଷଷ୍ଠ ଦିବସ  । ଫଳରେ ବର୍ଷା ଆରମ୍ଭରେ ଷଷ୍ଠୀ ପୂଜା ପାଇଁ ଶୁଭ ଅନୁକୂଳ  । ଓଡ଼ିଶାର କେତେକ ସ୍ଥାନରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପିଲାମାନଙ୍କ ପାଇଁ ନବବର୍ଷ ପାଳନରେ ନୂତନ ପୋଷାକ ପିନ୍ଧାଇ ପିଠା ପଣା କରାଯାଇ ସେମାନଙ୍କୁ ଖାଇବାକୁ ଦିଆଯାଏ  । ଠାକୁରଙ୍କ ଭୋଗ ଲଗାଯାଏ  । ଏହା ହୁଏତ ମାର୍ଗଶୀର ମାସରେ ପାଳିତ ପ୍ରଥମାଷ୍ଟମୀ ପୂର୍ବ ପର୍ବ, ସେଦିନ ପିଲାମାନଙ୍କ ପ୍ରତିରକ୍ଷା କୃତ୍ୟ ଆଚରିତ ହୋଇ ସେମାନଙ୍କୁ ନବବସ୍ତ୍ର ଭୂଷଣ ମଣ୍ଡିତ କରାଯାଏ  । ସ୍ୱତନ୍ତ୍ର ସୁସ୍ୱାଦୁ ଖାଦ୍ୟ ଦ୍ରବ୍ୟ ଷଷ୍ଠୀ ଦେବୀଙ୍କୁ ନୈବେଦ୍ୟ ରୂପେ ଅର୍ପିତ ହୋଇ ପିଲାମାନଙ୍କୁ ଦିଆଯାଏ  । ଏପରିକି ବିଭିନ୍ନ ସ୍ଥାନରେ ଜ୍ୟେଷ୍ଠ-ପୂର୍ଣ୍ଣମୀରେ ନବବର୍ଷପରି ପରମ୍ପରା ଦେଖିବାକୁ ମିଳେ  । ପରିବାରରେ ପିଠା ପଣା ଭୋଜିଭାତ ହୁଏ, ସମସ୍ତେ ନୂଆ ଲୁଗା ପରିଧାନ କରିଥାନ୍ତି  । ସକାଳେ ଦେବତାଙ୍କୁ ପୂଜା ଆରାଧନା କରନ୍ତି  । ସମ୍ଭବତଃ ଶାସ୍ତ୍ରୀୟ ମତରେ ଏକ ମାନବ ସମାଜରୁ ଦେବତା ସ୍ତରରୁ ସଂପ୍ରସାରିତ ହୋଇ ଉକôଳୀୟ ଶ୍ରୀଜଗନ୍ନାଥଙ୍କ ସ୍ନାନ ପର୍ବ ଦେବସ୍ନାନ ଯାତ୍ରାରେ ରୂପାନ୍ତରିତ ହୋଇଅଛି  । ତେଣୁ ବାସ୍ତବରେ ନିଷ୍କର୍ଷରେ କେବଳ ଏତିକି କୁହାଯାଇପାରେ ଦେବସ୍ନାନ ପରେ ସ୍ନାନ ମଣ୍ଡପରେ ତିନି ଠାକୁରଙ୍କ ଗଜାନନ ବେଶ ବେଶ୍ ଜନାଦୃତ । ଭକ୍ତ ହୃଦୟର ଭକ୍ତି ଭାବନାର ନୈବେଦ୍ୟ ଉସô ଧାରଣରେ କବି ତ୍ରିଲୋଚନ ଦାସ ଉଲ୍ଲେଖ କରିଛନ୍ତି -  "ଗଭର ସଂନ୍ଦର ହାଥୁଣୀ ଉପମା ନାହିଁ / ଗଭର ଆଗରେ ଧଳା ହାଥୀ ଚଳଇ / ଗେଲେ କାଳିଆ ହାଥୀ ଗିରି ଶିଖୁ ଲେଉଟି/  ଗହଣେ ସୁନ୍ଦର ହାଥୀ ଗୁପତ ସେଟି’...!!!
ଅଧ୍ୟକ୍ଷ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
    ମୋ: ୯୦୪୦୧୫ ୧୪୭୫