ଆକାଶଜ୍ୟୋତି ବିଦ୍ୟାଳୟର ବାର୍ଷିକ ଉସବ
ଚମ୍ପୁଆ: ସ୍ଥାନୀୟ ଆକାଶ ଜ୍ୟୋତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବର ମୁଖ୍ୟଅତିଥି ଭାବେ ସହକାରୀ ଜିଲାପାଳ ଫୁରଲାଇ ବେସ୍ରା, ସମ୍ମାନିତ ଅତିଥି ଭାବେ ମା’ ତାରିଣୀ ଡାକ୍ତରଖାନାର ନିଦେ୍ର୍ଦଶକ ଗଣେଶ୍ୱର ମହାନ୍ତ, ମୁଖ୍ୟବକ୍ତା ଭାବେ ସହକାରୀ କୃଷି ଅଧିକାରୀ ହୀରାମୋହନ ପାଣିଗ୍ରାହୀ, ବିଦ୍ୟାଳୟର ପରିଚାଳନା ନିଦେ୍ର୍ଦଶକ ବିରେନ ମହାନ୍ତ, ବିଦ୍ୟାଳୟର ଅଧ୍ୟକ୍ଷ ରବିକାନ୍ତ ରଜକ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମଞ୍ଚାସୀନ ଅତିଥି ଗଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।