ଯବାନଙ୍କ ପାଇଁ ତ୍ରୀରଙ୍ଗା ଶୋଭାଯାତ୍ରା 


 ଚମ୍ପୁଆ : ଆତଙ୍କବାଦ ବିରୋଧରେ ଲଢ଼େଇ ‘ଅପରେସନ ସିନ୍ଦୂର "ର ସଫଳତା ଆମ ବୀର ଯବାନମାନଙ୍କର ଶୈର୍ଯ୍ୟ, ବୀରତା ଓ ପରାକ୍ରମ ସମଗ୍ର ଭାରତବାସୀଙ୍କୁ ଗର୍ବିତ କରିଛି । ଭାରତୀୟ ସେନାର ଏହି ଅସୀମ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କର ମନୋବଳକୁ ବୃଦ୍ଧି କରିବା ଉଦେ୍ଦଶ୍ୟରେ ଆଜି ଚମ୍ପୁଆ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ଓ ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ପରାକ୍ରମ ଶୋଭାଯାତ୍ରା ସ୍ଥାନୀୟ ନେହେରୁ ଷ୍ଟାଡିୟମରୁ ବାହାରି ଥିଲା । ବରିଷ୍ଠ ବିଜେପି ନେତା ଡଃ ମୁରଲୀ ମନୋହର ଶର୍ମା ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ବରିଷ୍ଠ ନେତା- ମହାନ୍ତ, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଉପଖଣ୍ଡ ପୋଲିସ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଅନ୍ୟାନ୍ୟ ଅଧିକାରୀ, ବିଜେପିର କର୍ମକର୍ତ୍ତା ବିଭିନ୍ନ ବର୍ଗର ହଜାର ହଜାର ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ହାତରେ ତ୍ରିରଙ୍ଗା ପତାକାକୁ ଲହରାଇ ଜୟ ବୀର ଯବାନ, ବନେ୍ଦ ମାତରମ, ଭାରତ ମାତା କି ଜୟ ଧ୍ୱନି ଭଳି ଦେଶାତ୍ମବୋଧକ ନାରା ଦେଇ ଗାନ୍ଧୀଛକ, କଚେରି ପଡିଆ, ୯ନଂ, ୧୦ନଂ, ୧୧ନଂ,୮ନଂ ଓ ବଜାର ଦେଇ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ । ସେଠାରେ ଭାରତୀୟ ଯବାନମାନଙ୍କ ପରାକାଷ୍ଠା, ନିପୁଣତା, ଆତଙ୍କବାଦୀ ଓ ସେମାନଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନୀ ତତ୍ୱମାନଙ୍କୁ ଉଚିତ ଜବାବ ଦେଇଛନ୍ତି । ସେମାନଙ୍କ ବୀରତ୍ୱକୁ ଦେଶବ୍ୟାପୀ ସଲାମ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମରିକ ଶକ୍ତି କ୍ଷେତ୍ରରେ ବିଶ୍ୱରେ ନୂତନ ପରିଚୟ ସୃଷ୍ଟି କରିପାରିଛି ।