ବଦଳି ନିଦେ୍ର୍ଦଶ ସତ୍ତ୍ୱେ ସ୍ଥାନ ଛାଡୁ ନାହାନ୍ତି କନିଷ୍ଠ ଯନ୍ତ୍ରୀ 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସରକାରୀ ର୍ନିେଶକୁ ପାଳନ କରୁ ନାହାନ୍ତି ଅଧିକାରୀ । ବଦଳି ନିଦେ୍ର୍ଦଶ ମାସ ମାସ ପରେ ମଧ୍ୟ ନିଜ ସ୍ଥାନ ଛାଡୁ ନାହାନ୍ତି ଯନ୍ତ୍ରୀ । କିଛି ଏପରି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋରୁକୋଣ୍ଡା ଓ ମାଲକାନଗିରି ସଦରବ୍ଲକରେ । ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକର କନିଷ୍ଠ ଜନ୍ତ୍ରୀ ସୁଦିପ୍ତା ସାହୁଙ୍କୁ ମାଲକାନଗିରି ଠାରୁ କୋରକୁଣ୍ତା, ମନିଷା ପୂଜାରୀଙ୍କୁ ମାଲକାନଗିରି ଠାରୁ କାଲିମେଳା ଏବଂ କାଇରା ପୂର୍ତ୍ତିଙ୍କୁ କୋରକୁଣ୍ଢା ଠାରୁ ଖଇରପୁଟକୁ ବଦଳି କରଯାଇଥିଲା । ମୋଟ ୧୦ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଗତ ଅକ୍ଟୋବର ୨୯ ୨୦୨୪ରେ ଜିଲାପାଳ ଖୋଦ ଏହି ବଦଳି କରିଥିବା ନେଇ ନିଦେ୍ର୍ଦଶ ମଧ୍ୟ ଜାରି ହୋଇଥିଲା । କିନ୍ତୁ ଏ ଯାବତ ଉପରୋକ୍ତ ୩ ଜଣଙ୍କୁ ଆଜି ଯାଏଁ ବ୍ଲକ ସ୍ତରରେ ରିଲିଫ୍ କରାଯାଇନାହିଁ । ଯାହା ଫଳରେ ଏହି ୩ କନିଷ୍ଠ ଜନ୍ତ୍ରୀ ବଦଳି ହେବା ସତ୍ବେ ନିଜ ସ୍ଥାନ ପରିବର୍ତ୍ତନ କରୁନଥିବା ଅଭିଯୋଗ ହୋଇଛି । ତେବେ ଏହି କନିଷ୍ଠଯନ୍ତ୍ରୀ ମାନେ କାହା ସ୍ୱାର୍ଥରେ ରହିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହ ଜିଲାପାଳଙ୍କ ଆଦେଶକୁ ବେଖାତିର କରି ବଦଳିର ୪ ମାସ ହୋଇଥିଲେବି ଏମାନେ କାହିଁକି ନିଜ କ୍ଷେତ୍ରରେ ରହିବାକୁ ନାରାଜ ହେଉଛନ୍ତି ତାହାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ତେବେ ଏନେଇ ଆମେ ମାଲକାନଗିରି ବ୍ଲକ ବିଡିଓ ତପନ କୁମାର ସେନାପତିଙ୍କୁ ଯୋଗଯୋଗ କରିବାରୁ ସେ ବଦଳି ଘଟଣାକୁ ସ୍ୱୀକାର କରିଥିବା ବେଳେ କେଉଁ କାରଣରୁ ଉଭୟ କନିଷ୍ଠ ଯନ୍ତ୍ରୀ ସ୍ଥାନ ଛାଡି ନାହାନ୍ତି ତାହାର କାରଣ ବିଷୟରେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ସେହିପରି କନିଷ୍ଠ ଜନ୍ତ୍ରୀ କାଇରା ପୂର୍ତ୍ତିଙ୍କ ବଦଳିକୁ ନେଇ କୋରୁକୋଣ୍ଡା ବିଡିଓଙ୍କୁ ବାରମ୍ବାର ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନଥିବାରୁ ତାଙ୍କର ମତାମତ ମିଳି ନାହି । ତେବେ ବଦଳି ର୍ନିେଶ ପରେ କିପରି ୩ ଜଣ ଅଧିକାରୀ ମାସ ମାସ ଧରି ନିଜ ସ୍ଥାନ ଛାଡୁ ନାହାନ୍ତି, ଏହା ପଛରେ କଣ କାରଣ ରହିଛି ତାହାକୁ ନେଇ ତଦନ୍ତର ଆବଶ୍ୟକତା ରହିଛି ।