ବିଦୁ୍ୟତ୍ ସଂଯୋଗ କରିବାକୁ ଜିଲ୍ଲାପାଳଙ୍କୁ ଦାବି

 ତାଳଚେର : ତାଳାଚେର ବ୍ଲକ ହେଂସମୂଳ ଗ୍ରାମ ସହରସାହିକୁ ନୂତନ ବିଦୁ୍ୟତ୍ ସଂଯୋଗ ଅନୁମତି ଦେବା ପାଇଁ ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ଆୟୋଜିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ହେଂସମୂଳ ଗ୍ରାମ ସହରସାହିଟି ସ୍ଥାୟୀ ବାସିନ୍ଦା ହୋଇଥିବାରୁ ଭୁବନେଶ୍ୱରୀ କୋଇଲା ଖଣି ଦ୍ୱାରା ଅଧିଗ୍ରହଣ ହୋଇଛି  । ଦୀର୍ଘ ୫୦ ବର୍ଷ ହେବ ଗ୍ରାମବାସୀ ସେଠାରେ ବସବାସ କରିଆସୁଛନ୍ତି  । ସେମାନଙ୍କ ସ୍ଥାୟୀ ଭୂମି ପଟ୍ଟା ନାହିଁ । ଭୂମିହୀନ ହୋଇଥିବାରୁ କୋଇଲା ଖଣି କର୍ତ୍ତୃପକ୍ଷ  ନଗଦ ଆକାରରେ କ୍ଷତିପୂରଣ ଲାଭ ପ୍ରଦାନ କରିଥିଲେ । ୨/୩ ବର୍ଷ ହେଲା ସେମାନେ ମୌଜା ଜିଲିଣ୍ଡାରେ ସରକାରୀ ଜମିରେ ରହିଆସୁଛନ୍ତି । କିନ୍ତୁ ଗ୍ରାମକୁ ବିଦୁ୍ୟତ୍ ସଂଯୋଗ ହୋଇ ନଥିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସମାଜସେବୀ ସଂଜୟ ଜାଲଙ୍କ ନେତୃତ୍ୱରେ ଗ୍ରାମ ସଭାପତି ପ୍ରାଣବନ୍ଧୁ ବେହେରା, କବି ବେହେରା, ଦୁଃଶାସନ ଦେହୁରୀ, ଚତୁର୍ଭୁଜ ବେହେରା, ରୀନା ଖଟୁଆ, ମମତା ନାହାକ, ଡଲି ବେହେରା, ସୁକାନ୍ତି ଖଟୁଆ, ଗୀତା ବେହେରା, ପୁଟି ବେହେରା, ଯଶୋବନ୍ତ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଦାବୀପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ  ।