ପୃଷ୍ଟି ପୁନର୍ବାସ କେନ୍ଦ୍ରରେ ମହିଳା ଓ ଶିଶୁ ବିଭାଗ ସଚିବ
ଆସିକା: ଆସିକା ଉପଖଣ୍ଡ ଚିକିତ୍ସାଳୟର ପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନରେ ଆସିଥିଲେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଶୋଭା ଶର୍ମା । ଏନ୍ଆରସି କେନ୍ଦ୍ରରେ ଶେରଗଡ, କବିସୂର୍ଯ୍ୟନଗର, ଧରାକୋଟ, ପୋଲସରା, ବୁଗୁଡ଼ା, ବେଗୁନିଆପଡା ବ୍ଲକର ୪୫ ଦିନର ଶିଶୁ ଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଅପପୃଷ୍ଟିର ଶିଶୁଙ୍କୁ ଚିକିତ୍ସା ପାଇଁ ଆସିଥାନ୍ତି । ଗତ ଏପ୍ରେଲ ମାସରେ ପୁଅ ୪ ଓ ଝିଅ ୫, ମେ ମାସରେ ପୁଅ ୯ ଝିଅ ୬ ଜଣ, ଜୁନ୍ ମାସରେ ପୁଅ ୯ ଓ ଝିଅ ୧୧ ଜଣ, ଚଳିତ ଜୁଲାଇ ମାସରେ ପୁଅ ୪ ଜଣ ଓ ଝିଅ ୭ ଜଣ ଚିକିତ୍ସା ପାଇଁ ଆସିଥିଲେ । ପରାମର୍ଶ ଦାତା ରୋଜାଲିନ ସାହୁ ଅପପୃଷ୍ଟି ପିଲାଙ୍କ ପରିବାରକୁ ପୃଷ୍ଟିକର ଖାଦ୍ୟର ପ୍ରଣାଳୀ, ପରିଷ୍କାର ପରିଛନ୍ନତା ରହିବା, ପିଲାର ବୟସ ଅନୁପାତରେ ଅଭିବୃଦ୍ଧି ହେବା ଉପରେ ପରାମର୍ଶ ପ୍ରଦାନ କରନ୍ତି । କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଚିତ୍ରା ବେହେରା, ସୁଜାତା କୁମାରୀ ପ୍ରଧାନ, ମଧୁସ୍ମିତା ଜେନା ଓଜନ, ଉଚ୍ଚତା, ଖାଦ୍ୟର ଗାଢତା, ପରିମାଣ, ସାନ୍ଦ୍ରତା, ସହିତ ରୋଗ ପ୍ରତିରୋଧକ ନହେବା ନିମନ୍ତେ ଆବଶ୍ୟକୀୟ ଚିକିତ୍ସା କରିଥାନ୍ତି । ଓଜନ ଅନୁସାରେ କେତେ ପରିମାଣ ର ଦିନକୁ କେତେ ଥର ଖାଦ୍ୟ ପ୍ରଦାନ କରାଯିବ କିଭଳି ପୃଷ୍ଟିକର ଖାଦ୍ୟ ଦିଆଯିବ ସେମାନେ ଏହାକୁ ଅନୁସରଣ କରି ପିଲାଙ୍କୁ ସୁସ୍ଥତା ଉପରେ ଧ୍ୟାନ ଦେଇଥାନ୍ତି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ପହଂଚି ପିଲାଙ୍କ ମା ସହିତ କଥା ହେବା ସହ ଗ୍ରାମାଞ୍ଚଳରେ କିଭଳି ଅଧିକ ପୃଷ୍ଟିଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେବା ସହ ଅଙ୍ଗନବାଡି ଖାଦ୍ୟ ଅପପୃଷ୍ଟି ହେବା ପୂର୍ବରୁ ସେମାନଙ୍କ ଘରେ ପହଂଚି ମାଗଣା ଖାଦ୍ୟ ଦେଇ ପୃଷ୍ଟିହୀନତା ଶିଶୁ ରୋକିବା ପାଇଁ ସିଡିପିଓ, ଡିଏସଡବ୍ଲୁ୍ୟକୁ ପରାମର୍ଶ ଦେଇଥିଲେ । ମେଡିକାଲ ଅଧିକ୍ଷକ ଡ. ବାଲଗୋପାଲ ବେହେରା, ଶିଶୁ ରୋଗ ବିଶେଷଜ୍ଞ ଡ. ଦୀପକ ସାମନ୍ତରାୟ ପିଲାଙ୍କୁ ଅଧିକ ଧ୍ୟାନ ଦେବାକୁ କହିଥିଲେ ।