ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଚଳଚଞ୍ଚଳ ଆରଡ଼ି ପୀଠ : ଆଜି ବାହାଘର, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

 ଚାନ୍ଦବାଲି : ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତଥି ଅର୍ଥାତ ଆସନ୍ତାକାଲି ଶନିବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବବିବାହ ଉସôବ ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଆରଡି ପୀଠ । ବରପିତା ଓ କନ୍ୟାପିତାଙ୍କ ସହ ସମସ୍ତଙ୍କ ଘରେ ବନ୍ଧୁପରିଜନଙ୍କ ଭିଡ ଜମିଲାଣି । ଦେବଦମ୍ପତିଙ୍କ ବିବାହ ବୈଦିକ ରୀତିନୀତି ଓ ଲୋକାଚାରରେ ହେଉଥିବାରୁ ଆଜି ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ନୀତି ସମ୍ପନ୍ନ ହୋଇଛି । ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି । ମାନବିୟ ଭାବେ ବାବାମଣିଙ୍କ ଚଳନ୍ତି ପ୍ରତିମା ହର, ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ଗୌରୀଙ୍କୁ ବରପିତା ଓ କନ୍ୟାପିତା ନିଜ ଘରକୁ ଆଣିବା ପରେ ଲୋକାଚାରରେ ମଙ୍ଗୁଳା ନୀତି କାର୍ଯ୍ୟ କରୁଛନ୍ତି । ବିବାହ ନିମନ୍ତେ ମନ୍ଦିର ସମୁଖରେ କାରିଗରୀଙ୍କ ପକ୍ଷରୁ ବେଦୀ ନିର୍ମାଣ ଚାଲିଥିବା ବେଳେ ତୋରଣ ଓ ଆଲୋକ ସଜା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ସେହିପରି ପିରାହାଟସ୍ଥିତ ପ୍ରଦେଶ ସେବା ସଂଘଠନ ପକ୍ଷରୁ ମାଙ୍ଗଳିକ ଚିତ୍ର କରାଯାଇଛି । ବିବାହ ଉସôବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ପୀଠରେ । ସେହିପରି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ।