କପ୍ତିପଦା ଷ୍ଟେଟ୍ ବ୍ୟାଙ୍କର ନବୀକରଣ

ାା ପ୍ରଭାନୁ୍ୟଜ ।ା  କପ୍ତିପଦା: କପ୍ତିପଦା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନବୀକରଣ କାର୍ଯ୍ୟ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ମହାପ୍ରବନ୍ଧକ ପୁନମ୍ ବାଲାମ୍ ମୁର୍ଗାନ୍ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପମହାପ୍ରବନ୍ଧକ ଶୈଳେଶ୍ କୁମାର ସିହ୍ନା, ଆଞ୍ଚଳିକ ପ୍ରବନ୍ଧକ ବାରିପଦାର ଜଗନ୍ନାଥ ଶ୍ରୀଚନ୍ଦନ ନାଏକ, କପ୍ତିପଦା ବ୍ୟାଙ୍କର ଶାଖା ପରିଚାଳକ ଅୟସକାନ୍ତ ମାଝୀ ଓ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପୂଜକ ଅଂଶୁମାନ ଦାଶଙ୍କ ଦ୍ୱାରା ପୂଜା କାର୍ଯ୍ୟ ସଂପାଦନ ହୋଇଥିଲା । ୧୯୭୫ ମସିହାରେ ଏହି ବ୍ୟାଙ୍କ ପ୍ରତିଷ୍ଠା ହୋଇଥିବାବେଳେ ବ୍ୟାଙ୍କର ୫୫ହଜାର ଜମାକାରୀ ଅଛନ୍ତି । ଶାଖା ପରିଚାଳକ ଶ୍ରୀଯୁକ୍ତ ମାଝୀଙ୍କ ପ୍ରଚେଷ୍ଟାରେ ୨୨ଲକ୍ଷ ଟଙ୍କା ବ୍ୟୟର ଏହି ନବୀକରଣ କାର୍ଯ୍ୟ ସଂପନ୍ନ ହୋଇଛି ।