ଆଖୁ ଚାଷୀ ସଂଘ ପକ୍ଷରୁ ଦାବିପତ୍ର
ଆସିକା: ଗଞ୍ଜାମ ଜିଲ୍ଲା ଆଖୁ ଚାଷୀ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଏକ ଦାବିପତ୍ର ଆସିକା ଚିନିଶିଳ୍ପ ପରିଚାଳନା ନିଦେ୍ର୍ଦଶକଙ୍କୁ ପ୍ରଦାନ କରିଛନ୍ତି । ଆସିକା ଚିନି ଶିଳ୍ପକୁ ଯୋଗାଉଥିବା ଚାଷୀମାନଙ୍କୁ ଟନ ପିଛା ୪୫୦୦ ଟଙ୍କା ପ୍ରଦାନ, ଚାଷୀକୁ ସୁଲଭ ଦରରେ ଉପଯୁକ୍ତ ସମୟରେ ବିହନ, ସାର, କିଟ ନାଶକ ଔଷଧ ଯୋଗାଣ, ଆଖୁ ଚାଷୀମାନଙ୍କ ଚାଷ ଜମିକୁ ଜଳ ଯୋଗାଣର ସୁନିଶ୍ଚିତ କରିବା, ବନ୍ୟ ଜନ୍ତୁ କବଳରୁ ରକ୍ଷା ପାଇଁ ଫସଲକୁ ପଂଚାୟତସ୍ତରରୁ ବୀମା ଭୁକ୍ତ କରିବା, କାରଖାନାରେ ଥିବା ଅଯୋଗ୍ୟ ଓ ନିକମା କର୍ମଚାରୀଙ୍କୁ ବାହାର କରି ନୂତନ ଦକ୍ଷ କର୍ମଚାରୀକୁ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଟାସ୍କ ଫୋର୍ସ ଗଠନରେ ଚାଷୀଙ୍କୁ ସ୍ଥାନ ଦେବାକୁ ଚାଷୀ ସଂଘ ଦାବି କରିଛନ୍ତି । ଏହି ଦାବିପତ୍ର ବେଳେ ଗଞ୍ଜାମ ଜିଲ୍ଲା ଆଖୁ ଚାଷୀ ସଂଘ ସଭାପତି ସମୀର ପ୍ରଧାନ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବରାଡ, ପ୍ରମୁଖ ଉପସ୍ଥିତ ରହି ଚିନିଶିଳ୍ପର ଏମଡି ଡ଼. ସୁଶାନ୍ତ କୁମାର ପଣ୍ଡା ଏବଂ ଚିନିଶିଳ୍ପର ପରିଚାଳନା କମିଟିର ସଭାପତି ରବୀନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।