ଆଗରପଡା ମହୋସବ ଉଦ୍ଘାଟିତ
ବନ୍ତ: ଆଗରପଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଥାନାଛକ ଠାରୁ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା ପରେ ମହୋସôବ ପଡ଼ିଆ ହେମପଦ୍ମ ଗାଲାକ୍ସି ଠାରେ ପହଁଞ୍ଚିଥିଲା । ଏଥିରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ, କୃଷ୍ଣଚରଣ ବିଦ୍ୟାମନ୍ଦିରର ଏନସିସି, ସ୍କାଉଟ୍ସ ଓ ଗାଇଡ ଛାତ୍ରଛାତ୍ରୀମାନଙ୍କ ସମେତ ମହିଳାମାନେ ସାମିଲ ଥିଲେ । ଏଥିସହିତ ମହୋସôବ କମିଟିର ସଭାପତି ଅମୀୟ ରଞ୍ଜନ ରାମ, ସଂପାଦକ ପ୍ରଦୁ୍ୟମ୍ନ କୁମାର ପୁହାଣ, ସଂଗଠନ ସମ୍ପାଦକ ଚିନ୍ମୟ ସିଂହ, କୋଷାଧକ୍ଷ ନୃସିଂହ ଖୁଣ୍ଟିଆ, କାର୍ଯ୍ୟକାରୀ ସଭାପତି ତପନ ପୃଷ୍ଟି, ଜିତେନ୍ଦ୍ର ଶତପଥୀ, ବାବୁରାମ ବେହେରା, ସମ୍ରାଟ ସିଂହ, ଗୟାଧର ପତି, ଦିବ୍ୟ ଆକାଶ ପୁହାଣ, ଉପଦେଷ୍ଟା ଚିତ୍ତରଞ୍ଜନ ସାମନ୍ତରାୟ, ପ୍ରଣୟ ସିଂହ, ଚିତ୍ତରଞ୍ଜନ ଉଦ୍ଘାତା, ପ୍ରଫୁଲ୍ଲ ବିଶ୍ୱାଳ, ଅଶୋକ ପରିଡାଙ୍କ ସମେତ୍ ଥାନା ଅଧିକାରୀ ଶ୍ରୀକାନ୍ତ ପତି, ଅଗ୍ନିଶମ ବାହିନୀ ଓ ମେଡିକାଲ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ଶତାଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମହିଳା ମହାସଂଘ କର୍ମକର୍ତ୍ତାଙ୍କ ସମେତ ଆଗରପଡ଼ା ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ମହୋସôବଟି ଡିସେମ୍ବର ୨୫ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ପାଳନ କରାଯିବା ସହ ଏଥିରେ ଶିକ୍ଷାବିତ୍, ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ସିନେ ତାରକା, ବରିଷ୍ଠ ସାମ୍ବାଦିକ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।