ତାଲିମ୍ ନେଲେ ପାଚିକା
ବରୀ : ବରୀ ବ୍ଲକ୍ ଅନ୍ତର୍ଗତ ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନରେ ନିୟୋଜିତ ଥିବା ପାଚିକା ଓ ସହାୟିକାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଶିବିର ଅନଷ୍ଠିତ ହୋଇଥିଲା । ବିଦ୍ୟାଳୟମାନଙ୍କରେ ଆୟୋଜିତ ଚାରୋଟି ତାଲିମ ଶିବିରକୁ ମଣ୍ଡଳ ଶିକ୍ଷାଧିକାରୀ ଭିକାରୀ ଚରଣ କବି, ପ୍ରଧାନ ଶିକ୍ଷୟତ୍ରୀ ବିନ୍ଦୁଶ୍ରୀ ମହାନ୍ତି, ପ୍ରଭାସିନୀ ଦ୍ୱିବେଦୀ ଓ ପ୍ରଧାନ ଶିକ୍ଷକ ନିଙ୍କୁଜ ବିହାରୀ ଦାସ ଉଦଘାଟନ କରିଥିଲେ । ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜଳଧର ଖଟୁଆ ଓ ସଂଯୁକ୍ତା ମିଶ୍ର ନୀରିକ୍ଷକ ଭାବେ ବିଭିନ୍ନ ତାଲିମ କେନ୍ଦ୍ରରେ ଯୋଗ ଦେଇଥିଲେ । ତାଲିମ ଦାତା ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚକ୍ରଧର ମୁଦୁଲି, ଅଜୟ କୁମାର ସାମଲ ଓ ପାଚିକା କଞ୍ଚନ ବାଳା ରାଉତ ଓ କନକ ଲତା ରାୟ ଯୋଗଦେଇଥିଲେ । ଏହାସହ ବିଭିନ୍ନ ଆଞ୍ଚଳିକ ସାଧନ ସଂଯୋଜକ ଦେବବ୍ରତ ରାଉତ, ଜିତେନ୍ଦ୍ର ସାହୁ, ପ୍ରସନ୍ନ ତ୍ରିପାଠୀ, ଅଭୟ ସେଠୀ, ଅଜୟ ମଲ୍ଲିକ, ସୁଦର୍ଶନ ପାଢ଼ୀ ଓ ଗାୟତ୍ରୀ ଦାସ ବିଭିନ୍ନ ତାଲିମ ଶିବିରରେ ଯୋଗଦେଇ ଥିଲେ । ୨୦୦ ଜଣଙ୍କୁ ତାଲିମ ଦିଆଯାଇଥିଲା । ପ୍ରତ୍ୟେକ ପାଚିକା ଓ ସହାୟକମାନଙ୍କୁ ଆପ୍ରୋନ୍୍ ଯୋଗାଇ ଦିଆଯାଇଥିଲା । ଏହି ତାଲିମ୍ ଶିବିରରେ ମଧ୍ୟାହ୍ନ ଭୋଜନର ଡାଟା ଏଣ୍ଟି୍ର ଅପରେଟର ଭାନୁମତୀ ମଲ୍ଲିକ ଯୋଗଦେଇଥିଲେ ।