ପ୍ରଗତିଶୀଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

 ବ୍ୟାସନଗର : ଏଆଇଡିଏସଓର ସାଂସ୍କୃତିକ ସଂଗଠନ "ପ୍ରବାହ ଏକ ସାଂସ୍କୃତିକ ପ୍ରୟାସ’ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଗତିଶୀଳ ସଙ୍ଗୀତ, ଓଡିଶୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନିଜୀବୀ ସୁଧାଂଶୁ ଶେଖର ଦାସ, ଏଆଇଡିଏସଓର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଆଇନିଜୀବୀ ନାରାୟଣ ପ୍ରସାଦ ପତି ଯୋଗଦେଇ କହିଥିଲେ ଯେ ବର୍ତ୍ତମାନ ସମାଜରେ ଯେଭଳି ଭାବେ ରୁଚିହୀନ ସଂସ୍କୃତିର ଚର୍ଚ୍ଚା ଚାଲିଛି ଏବଂ ଛାତ୍ରଛାତ୍ରୀ ମାନେ ତାହା ଦ୍ୱାରା ପ୍ରଭାବିତ ହୋଇ ବିପଥଗାମୀ ହେଉଛନ୍ତି ତାହାର ବିପରିତରେ ଉନ୍ନତ ଋଚି ସଂସ୍କୃତି ଚର୍ଚ୍ଚାର ପ୍ରୟୋଜନୀୟତା ରହିଛି ଯାହାକି "ପ୍ରବାହ ଏକ ସାଂସ୍କୃତିକ ପ୍ରୟାସ’ ଛାତ୍ର ଯୁବକମାନଙ୍କୁ ନେଇ ପ୍ରଗତିଶୀଳ ସଙ୍ଗୀତ,ନୃତ୍ୟ ଓ ନାଟକ ଆଦି ମାଧ୍ୟମରେ ସମାଜକୁ ସଚେତନ କରୁଛି । ଉପସ୍ଥିତ ଛାତ୍ର ଯୁବକ ଉନ୍ନତ ରୁଚି ସଂସ୍କୃତିର ଚର୍ଚ୍ଚା କରିବା ସଙ୍ଗେ ସଙ୍ଗେ ନିଜକୁ ଉନ୍ନତ ରୁଚି ସମ୍ପନ୍ନ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଏଆଇଡିଏସଓର ରାଜ୍ୟ ଉପ ସଭନେତ୍ରୀ ତଥା କାର୍ଯ୍ୟକ୍ରମର ଉଦ୍ୟୋକ୍ତା ନିରୁପମା ବେହେରା । କାର୍ଯ୍ୟକ୍ରମରେ ବ୍ୟାସନଗର ସହରର ଶିକ୍ଷକ,ଅଧ୍ୟାପକ, ଆଇନିଜୀବୀ, ଅଭିଭାବକ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ରହି ଅଂଶ ଗ୍ରହଣ କାରୀଙ୍କୁ ଉତ୍ସାହିତ କରିଥିଲେ ।